ଚାଷୀଙ୍କୁ ବିରି ବିହନ ପ୍ରଦାନ  

ବନ୍ତ : ରାଜ୍ୟ ଓ କେନ୍ଦ୍ର ସରକାର ଚାଷୀଙ୍କ ଉନ୍ନତ ମାନର ଚାଷ ପ୍ରତି ଦୃଷ୍ଟି ଦେଇ ବିଭିନ୍ନ ଯୋଜନା ମାଧ୍ୟମରେ ଉନ୍ନତ ମାନର ବିହନ ପ୍ରଦାନ କରୁଛନ୍ତି । ବନ୍ତ କୃଷି ବିଭାଗ ପକ୍ଷରୁ ଟିଆରଏଫଏ  ସ୍କିମ ମାଧ୍ୟମରେ ଗଣିଜାଙ୍ଗ ପଞ୍ଚାୟତ ବିନାୟକପୁର ଗ୍ରାମର ଚାଷୀମାନଙ୍କୁ ଉନ୍ନତ ମାନର ବିରି ବିହନ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଗ୍ରାମ୍ୟ କୃଷି କର୍ମଚାରୀ ତପନ କୁମାର ସେଠୀ, କୃଷକ ସାଥି ପଞ୍ଚାନନ ଦାସ, ସ୍ଥାନୀୟ ସରପଞ୍ଚ ରଶ୍ମିତା ସେଠୀ, ସମିତିସଭ୍ୟ ମନୋରଞ୍ଜନ ସେଠୀ, (ଏଡିଆଇ)ଏନଜିଓ ସଂସ୍ଥାର ସିଆରପି ସାଇ ପ୍ରକାଶ ରାଉତ, ସଂଯୋଜକ ଶଶିକାନ୍ତ ଜେନା ଉପସ୍ଥିତ ରହି ସମସ୍ତ ଚାଷୀଙ୍କୁ ଏହି ବିହନ ପ୍ରଦାନ କରିଥିଲେ । ବର୍ତ୍ତମାନ ଧାନ ଚାଷ ସରିଯାଇଥିବା ବେଳେ ଚାଷୀମାନେ ଉନ୍ନତମାନର ବିରି ଚାଷ କରିପାରିବେ  । ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି ବିହନ ପ୍ରଦାନ କରାଯାଇଛି । ଗଣେଶ ଦାସ, ରାଜକିଶୋର ଦାସ, ବିଦ୍ୟାଧର ଦାସ, ଇନ୍ଦ୍ରଜିତ ଦାସ, ବିଜୟ ଦାସ, ପବିତ୍ର ମହାନ୍ତି, କାର୍ତ୍ତିକ ଦାସ, ଶରତ ଦାସ ସମେତ ଅନେକ ଚାଷୀଙ୍କୁ ଏହି ବିହନ ଦିଆଯାଇଛି  ।