ଅଙ୍ଗନବାଡି ସମସ୍ୟା ନେଇ ନ୍ୟାୟାଳୟରେ ମାମଲା
କଟକ ଭାରତୀୟ ବିକାଶ ପରିଷଦ ପକ୍ଷରୁ ସବିତା ଦାଶ ସମେତ ୫ ଜଣ ଅଙ୍ଗନବାଡ଼ି କର୍ମୀ ସହିତ ଭାରତୀୟ ବିକାଶ ପରିଷଦର ୨ଜଣ କର୍ମକର୍ତ୍ତା ମିଳିତ ଭାବେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଠାରେ ଡବ୍ଲୁପିସି ନମ୍ବର-୩୦୮୨/୨୪ରେ ଅଙ୍ଗନବାଡ଼ି କର୍ମୀଙ୍କ ମାସିକ ଭତ୍ତା ବର୍ଦ୍ଧିତ ସହିତ ଅନ୍ୟ ସୁବିଧା ପ୍ରଦାନ ପାଇଁ ମାମଲା ରୁଜୁ କରାଯାଇଥିଲା । ଉକ୍ତ ମାମଲାକୁ ଶୁଣାଣି କରି ଗତ ମାର୍ଚ୍ଚ ୨୪ ତାରିଖରେ ପ୍ରମୁଖ ଶାସନ ସଚିବ ଓ ଶିଶୁ ବିକାଶ ବିଭାଗକୁ ୩ ମାସ ମଧ୍ୟରେ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କର୍ମୀଙ୍କୁ ତାମିଲନାଡୁ, ଦିଲ୍ଲୀ, ଗୁଜୁରାଟ ଓ ତେଲେଙ୍ଗାନା ସରକାର ପ୍ରଦାନ କରୁଥିବା ମାସିକ ଭତ୍ତା, ଇପିଏଫ, ଗ୍ରାଚୁ୍ୟଇଟି ଓ ଅନ୍ୟ ସମସ୍ତ ସୁବିଧା ଦେବା ପାଇଁ ନିଦେ୍ର୍ଦଶ ଦେଇଥିଲେ । କିନ୍ତୁ ୨୬ ଏପି୍ରଲରେ ପ୍ରମୁଖ ଶାସନ ସଚିବ ହାଇକୋର୍ଟଙ୍କ ଆଦେଶକୁ କାର୍ଯ୍ୟକାରୀ କରିପାରିବେ ନାହିଁ ବୋଲି ପିଟିସନରଙ୍କୁ ଜଣାଇଥିଲେ । ଏପ୍ରିଲ ୨୬ ତାରିଖର ଚିଠିକୁ ଚାଲେଂଜ କରି ଭାରତୀୟ ବିକାଶ ପରିଷଦ ଅନୁମୋଦିନ ଅଙ୍ଗନବାଡ଼ି କର୍ମୀ ସବିତା ଦାସଙ୍କ ସହିତ ୪ ଜଣ କର୍ମୀ ଓ ବିବିପିର ଦୁଇଜଣ କର୍ମକର୍ତ୍ତା ଡାଇରୀ ନମ୍ବର-୪୯୪୯୪/୨୦୨୪ରେ ମାନ୍ୟବର ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ପୁଣି ଏକ ରିଟ ପିଟିସନ ଦାୟର କରାଯାଇଛି । ଉକ୍ତ ମାମଲାରେ ମହିଳା ଓ ଶିଶୁ ବିଭାଗ ସଚିବ, ମିନିଷ୍ଟ୍ରି ଅଫ ଓମେନ ଆଣ୍ଡ ଚାଇଲଡ ଡେଭଲପମେଣ୍ଟ, କେନ୍ଦ୍ର ସରକାର, ରାଜ୍ୟ ପ୍ରମୁଖ ଶାସନ ସଚିବ, ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ, ନୟାଗଡ଼ ଜିଲ୍ଲାପାଳ ଏବଂ ଖଣ୍ଡପଡ଼ା ସିଡ଼ିପିଓଙ୍କୁ ପକ୍ଷଭୁକ୍ତ କରି ମାମଲା ରୁଜୁ କରାଯାଇଛି । ଉକ୍ତ ମାମଲାକୁ ଆଡ଼ଭୋକେଟ ଗୋପାଳ ପ୍ରସାଦ ଜେନା ପରିଚାଳନା କରୁଛନ୍ତି ।