ଦୁଇ ଆଇନଜୀବୀ ସମ୍ବର୍ଦ୍ଧିତ 

 ମାଲକାନଗିରି : କୋରାପୁଟ ଜିଲ୍ଲାର କୋଟପାଡ ଓକିଲ ସଂଘ ପକ୍ଷରୁ ଗତକାଲି ଅଭିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ ଓକିଲ ସଂଘକୁ ନେଇ ପଟେଲ କନଭେନସନ ହଲରେ ଲିଗାଲ ସେମିନାର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଅବସରରେ ମୁଖ୍ୟ ବକ୍ତା ଭାବେ ଜଷ୍ଟିସ ଶଶିକାନ୍ତ ମିଶ୍ର, ଓଡିଶା ହାଇକୋର୍ଟ ଜର୍ଜ ଏବଂ ସମ୍ମାନିତ ଅତିଥି ଭାବେ ଜଷ୍ଟିସ ଶିବଶଙ୍କର ମିଶ୍ର, ଓଡିଶା ହାଇକୋର୍ଟ ଜର୍ଜ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଆଇନ ଏବଂ ସାକ୍ଷରତାକୁ ନେଇ ଅତି ସୁନ୍ଦର ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ମାଲକାନଗିରି ଜିଲ୍ଲାର ପୂର୍ବତନ ବାର ଆସୋସିଏସନର ସଭାପତି ତଥା ବରିଷ୍ଟ ଆଇନଜୀବି ନୃସିହଁ ଚରଣ ମହାନ୍ତି ଓ  ଲମ୍ବୋଦାର ତୁରୁକଙ୍କୁ ଜଷ୍ଟିସ ଶଶିକାନ୍ତ ମିଶ୍ର ଓ ଯଷ୍ଟିସ ଶିବଶଙ୍କର ମିଶ୍ର ଉପଢୌକନ ଏବଂ ଉପହାର ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏହି ଦୁଇ ଆଇନଜୀବି ଅଭିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ ଆଇନଜୀବିଙ୍କ ସହ ସୁସମ୍ପର୍କ ଓ ସମସ୍ତ କାର୍ଯ୍ୟକ୍ରମରେ ସହଯୋଗର ହାତ ବଢାଉ ଥିବାରୁ କୋଟପାଡ ବାର ଆସୋସିଏସନ ପକ୍ଷରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରଯାଇଥିଲା । ତେବେ ସମ୍ମାନିତ ହୋଇଥିବା ଉଭୟ ବରିଷ୍ଟ ଆଇନଜୀବିଙ୍କୁ ମାଲକାନଗିରି ଜିଲ୍ଲାର ବିଭିନ୍ନ ସଙ୍ଗଠନ ପକ୍ଷରୁ ଏବଂ ଜିଲ୍ଲା ଉକôଳ ସାମ୍ବାଦିକ ସଂଘ ପକ୍ଷରୁ ବେସ ପ୍ରଶଂସା କରାଯାଇଛି ।