ଡମ୍ପିଂୟାର୍ଡରେ ଲାଗିଲା ନିଅାଁ

 କେନ୍ଦ୍ରାପଡା  : କେନ୍ଦ୍ରାପଡା ପୌରାଞ୍ଚଳର ଆଳିଜଙ୍ଗାଠାରେ ଥିବା ମୁ୍ୟନିସିପାଲିଟିର ଅଳିଆ ଡମ୍ପିଂ ୟାର୍ଡରେ ଆକସ୍ମିକ ଭାବେ ନିଆଁ ଲାଗି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଥିଲା । ମଙ୍ଗଳବାର ବିଳମ୍ବିତ ରାତିରେ କୌଣସି କାରଣରୁ ଏହି ଅଳିଆ ଆବର୍ଜନା ଗଦାରେ ନିଆଁ ଲାଗି ପ୍ରବଳ ଧୂଆଁ ସୃଷ୍ଟି ହେବା ସହ ଅଗ୍ନିକଣା ଉଡି ବୁଲିବାରୁ ସ୍ଥାନୀୟ ଅଞ୍ଚଳର ଲୋକେ ଭୟଭୀତ ହୋଇ ଯାଇଥିଲେ । ନିଆଁ ଧୂଆଁରେ ଅତିଷ୍ଠ ହୋଇଥିବା ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେବାପରେ ଦୁଇଟି ଅଗ୍ନିଶମ ନିଆଁ ଲିଭା ଗାଡି ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତ କରିଥିଲେ । ତେବେ ଏହି ଅଗ୍ନିକାଣ୍ଡରେ ଅଳିଆ ପ୍ରୋସେସିଙ୍ଗ ସେଣ୍ଟରର ବହୁ ଯନ୍ତ୍ରପାତି କ୍ଷତିଗସ୍ତ ହୋଇଥିବା ସୂଚନା ମିଳିଛି  ।