ସାପ କାମୁଡାରେ ବୃଦ୍ଧ ମୃତ

 ଦଶପଲ୍ଲା : ମଙ୍ଗଳ ବାର ଦିନ ସକାଳ ସମୟରେ ସାପ କାମୁଡାରେ ଜଣେ ବୃଦ୍ଧଙ୍କ ମୃତୁ୍ୟ ହୋଇଛି । ବୃଦ୍ଧ ବ୍ୟକ୍ତି ଜଣଙ୍କ ଆଡ଼କଟା ଗ୍ରାମର ଲୋଚନ ନାଏକ, ବୟସ ୬୦ ବର୍ଷ ବୋଲି ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ଲୋଚନ ସକାଳ ସମୟରେ ନିଜ କାଜୁ ପଦାକୂ ବୁଲିବାକୁ ଯାଇଥିଲେ, ସେଠାରେ କୌଣସି ଏକ ବିଷାକ୍ତ ସର୍ପ ତାଙ୍କର ଡାହଣ ଗୋଡ଼କୁ ଚୋଟ ମାରିଥିବା ଜାଣିପାରି କୌଣସି ମତେ ନିଜ ଘରକୁ ଫେରି ଆସିଥିଲେ । ଘରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ ଦଶପଲ୍ଲା ଡାକ୍ତରଖାନରେ ଭର୍ତ୍ତି କରିଥିଲେ, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ସବ ବ୍ୟବଚ୍ଛେଦ କରି ପରିବାର୍ ଲୋକଙ୍କୁ ହସ୍ତାନ୍ତର କରିଛି । ଲୋଚନ ଜଣେ ଗରିବ ଶ୍ରେଣୀର ଲୋକ ହୋଇଥିବାରୁ ତାକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।