ସିରିଜ୍ ଦୁର୍ଘଟଣା,  ଟ୍ରକ୍-କାର ଚୁରମାର

 ନିଆଳି: କଣ୍ଟାପଡା ବ୍ଲକ ଫୁଲନଖରା ନିଆଳି ୬୦ ନମ୍ବର ରାଜ୍ୟ ରାଜପଥ ଓଲଟପୁର ଥାନା ଅନ୍ତର୍ଗତ ବାଗଲ ପୁର ତ୍ରିଛକିରେ ଦିନ ୧୨ ଘଟିକା ସମୟରେ କଟକରୁ ନିଆଳି ଅଭିମୁଖେ ଆସୁଥିବା ଲୁହା ପାଇପ ବୋଝଇ ଟାଟା ପିକପ ଓଡ଼ି-୦୫ ଡିଜେ- ୫୭୯୫  ଗାଡି ଟି ବାଗଲ ପୁର ଛକରେ ଆଳୁ ବୋଝଇ ଟ୍ରକ ଓଡି ୦୨-କେଇ-୩୭୩୭କୁ ଦେଖି ହଟାତ କାର ବ୍ରେକ ମାରିଥିଲା । ଉକ୍ତ କାର ପଛରେ ଅନ୍ୟ ଏକ କାର ଓଡ଼ି-୦୫ ବିବି-୧୭୮୩ କାର ଅଟକି ଥିଲା କିନ୍ତୁ ପଛପଟେ ଥିବା ଲୁହା ବୋଝଇ ପିକପ ଗାଡି ଦ୍ରୁତ ଗତିରେ ଥିବାରୁ ଉଭୟ କାରକୁ ଧକ୍କା ଦେଇଥିଲା । ଯାହାଫଳରେ କାର ଟି ଆଳୁ ବୋଝେଇ ଟ୍ରକ ସହିତ ପଛପଟୁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣା ରେ ସମସ୍ତ ଡ୍ରାଇଭର ସୁରକ୍ଷିତ ଥିବା ବେଳେ ଗାଡି ଗୁଡିକ ଚୁରମାର ହୋଇଯାଇଛି । ଯାହା ଫଳରେ ଘଟଣା ସ୍ଥଳରେ ସିରିଜ ଦୁର୍ଘଟଣା ଯୋଗୁ ଗାଡି ମୋଟର ଯାତାୟାତ ରେ ବାଧା ଉପୁଜିଛି । ଏ ନେଇ ଖବର ପାଇ ଓଲଟ ପୁର ପୋଲିସ ଘଟଣା ସ୍ଥଳରେ ପହଁଚି ଯାତାୟାତ ନିମନ୍ତେ ରାସ୍ତା ସଫା କରୁଥିବା ବେଳେ ଗାଡି ଗୁଡିକୁ ଜବତ କରି ଓଲଟ ପୁର ଥାନାକୁ ଆଣିଛି । ଏଠାରେ ସୂଚନା ଥାଉକି ବାଗଲ ପୁର ତ୍ରିଛକି ଉପରେ ବାରମ୍ବାର ବାରିକେଟ ନିର୍ମାଣ ଦାବି ହେଉଥିଲେ ବି ଏ ପର୍ଯ୍ୟନ୍ତ ନିର୍ମାଣ କରାଯାଇ ନାହିଁ ।