ନୂଆ ରେଳ ଲାଇନ ପ୍ରକଳ୍ପକୁ ବିରୋଧ : ମୃତଦେହ ରଖି ଆନ୍ଦୋଳନ ଜାରି

 ଏବେ ବି  ରାଉରକେଲାରେ ଲାଗି ରହିଛି ଉତ୍ତେଜନା ।  ଅଞ୍ଚଳବାସୀ ମୃତଦେହ ରଖି ଆନ୍ଦୋଳନରେ । ଡୁମେର୍ତ୍ତାରୁ ରାଉରକେଲା ଇସ୍ପାତ କାରଖାନାକୁ ନିର୍ମାଣ ରେଳ ଲାଇନକୁ ବିରୋଧ କରି ବସ୍ତିବାସିନ୍ଦା ଓ ପୋଲିସ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା । ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅତିରିକ୍ତ ତହସିଲଦାରଙ୍କ ସମେତ ୬ଜଣ ଆହତ ହୋଇଥିଲେ । ଏବେ ବି ବନ୍ଧମୁଣ୍ଡାରେ ପ୍ରବଳ ଉତ୍ତେଜନା ଲାଗିରହିଛି । ନୂଆ ରେଳ ଲାଇନ ପ୍ରକଳ୍ପକୁ ବିରୋଧ କରି  ଗାଁ ଲୋକ ଧାରଣାରେ ବସିଛନ୍ତି ।