ନରେନ୍ଦ୍ରରେ ବୁଡ଼ି ମୃତ
ପୁରୀ : ନରେନ୍ଦ୍ର ସରୋବରରେ ଘଟିଛି ଏକ ଅଘଟଣ । ପୁଷ୍କରିଣୀରେ ବୁଡ଼ି ନିଖୋଜ ହୋଇଥିଲେ ପ୍ରାୟ ୪୫ ବର୍ଷୀୟ ବ୍ୟକ୍ତି । ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜାଖୋଜି ପରେ ସଂପୃକ୍ତ ବ୍ୟକ୍ତିର ମୃତ ଶରୀର ଉଦ୍ଧାର କରାଯାଇଛି । ମୃତ ବ୍ୟକ୍ତିର ପରିଚୟ ମିଳିନଥିବା ବେଳେ ସେ ଏକ କଳା ପ୍ୟାଣ୍ଟ ଓ ନାଲି ରଙ୍ଗର ଟି ସାର୍ଟ ପରିଧାନ କରିଥିବା ଜଣାପଡ଼ିଛି ।