ସିବିଏସ୍ସି ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ସଫଳତା
ପାରାଦୀପ : ସିବିଏସସି ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ଦିଲ୍ଲୀ ପବ୍ଲିକ ସ୍କୁଲ ପାରାଦୀପ ରିଫାଇନାରିର ୮୩ ଜଣ ଛାତ୍ରଛାତ୍ରୀ ଦଶମ ଓ ୭୨ ଜଣ ଛାତ୍ରଛାତ୍ରୀ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଇଥିଲେ । ସମସ୍ତ ଛାତ୍ରଛାତ୍ରୀ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି । ଦଶମ ଶ୍ରେଣୀ ପରୀକ୍ଷାରେ ଅକ୍ଷିତା ଲୁହାଚ୍ ୯୮.୨ ପ୍ରତିଶତ ରଖି ପ୍ରଥମ ସ୍ଥାନ, ରିୟାନ ବାଗ୍ ୯୮ ପ୍ରତିଶତ ରଖି ଦ୍ୱିତୀୟ ସ୍ଥାନ ତଥା ଏସ୍. ଆଦିତ୍ୟ ନାଏକ ୯୭.୮ ପ୍ରତିଶତ ରଖି ବିଦ୍ୟାଳୟରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ମୋଟ ୩୪ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି । ସେହିଭଳି ଦ୍ୱାଦଶ ଶ୍ରେଣୀ (ବିଜ୍ଞାନ) ପରୀକ୍ଷାରେ ଜ୍ୟୋତିର୍ମୟୀ ରାଉତ ୯୩.୪ ପ୍ରତିଶତ ନମ୍ବର ରଖି ପ୍ରଥମ, ଦେବଶ୍ରିତା ଚାଟାର୍ଜୀ ୯୨.୪ ପ୍ରତିଶତ ରଖି ଦ୍ୱିତୀୟ ଓ ଶ୍ରଦ୍ଧାଞ୍ଜଳି ପରିଜା ୮୯.୨ ପ୍ରତିଶତ ନମ୍ବର ରଖି ବିଦ୍ୟାଳୟରେ ତୃତୀୟ ସ୍ଥାନ ହାସଲ କରିଛନ୍ତି । ସେହିଭଳି ଦ୍ୱାଦଶ ଶ୍ରେଣୀ (ବାଣିଜ୍ୟ) ପରୀକ୍ଷାରେ ଦିପିକା ସାହୁ ୯୪.୮ ପ୍ରତିଶତ, ଅଫଜଲ୍ ଖାନ ୯୪.୨ ପ୍ରତିଶତ, ଅର୍ପିତା ସେନାପତି ୯୩ ପ୍ରତିଶତ ନମ୍ବର ରଖି ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଏହି ସଫଳତା ପାଇଁ ବିଦ୍ୟାଳୟର ଅଧ୍ୟକ୍ଷ ଜଗ୍ନେଶ୍ୱର ବୋରା, ପାରାଦୀପ ରିଫାଇନାରିର ମୁଖ୍ୟ ତଥା ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ କୌଶିକ ବାସୁ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ କୃତି ଛାତ୍ରଛାତ୍ରୀ ମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।