ଲକ୍ଷ୍ମୀ ବସ୍ ଧକ୍କାରେ ଯୁବକର ମୃତୁ୍ୟ
କପ୍ତିପଦା : କପ୍ତିପଦା କାଳବନ୍ଧ ରାସ୍ତାର ସାନସିମିଳିଆ ଛକ ନିକଟରେ ଲକ୍ଷ୍ମୀ ବସ୍ ଧକ୍କାରେ ଜନୈକ ଯୁବକର ମୃତୁ୍ୟ ଘଟିଥିବାର ଜାଣିବାକୁ ମିଳିଛି । ଘଟଣାରୁ ପ୍ରକାଶ, ବଡ଼ଖଲାଡ଼ି ପଞ୍ଚାୟତ ବଉଳଖଲାଡ଼ି ଗ୍ରାମର ଗୌରହରି ଜେନାଙ୍କ ପୁଅ ସନ୍ତୋଷ ଜେନା (୪୦) ଏକ ବାଇକ୍ ଯୋଗେ କପ୍ତିପଦାକୁ ଆସୁଥିବାବେଳେ ସାନସିମୂଳିଆ ଛକ ନିକଟରେ ଅପରପାଶ୍ୱର୍ରୁ ଆସୁଥିବା ଲକ୍ଷ୍ମୀ ବସ୍ ସହିତ ଧକ୍କା ହୋଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ କପ୍ତିପଦା ଡ଼ାକ୍ତରଖାନାରେ ଭତ୍ତିି କରାଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତଘୋଷଣା କରିଥିଲେ । ଏ ସମ୍ପର୍କରେ କପ୍ତିପଦା ଥାନାରେ କେସ୍ ନମ୍ବର ୧୨୬ରେ ଏକ ମୋକଦ୍ଦମା ରୁଜୁ ହୋଇଥିବାବେଳେ ବସ୍ଟିକୁ ଥାନାରେ ଅଟକ ରଖାଯାଇଛି । ଗୌରହରି ରାଜମିସ୍ତ୍ରୀ ଭାବେ କାମ କରି ପରିବାର ଚଳଉଥିବାବେଳେ ଘରେ ତାଙ୍କର ସ୍ତ୍ରୀ ଏବଂ ଗୋଟିଏ ପୁଅ ଅଛନ୍ତି ।