ବିଲରେ ଅକାଳ ମୃତୁ୍ୟ
କପ୍ତିପଦା : କପ୍ତିପଦା ବ୍ଲକ ମଝିଗଡ଼ିଆ ପଞ୍ଚାୟତ ସୋଲଗଡ଼ିଆ ଗ୍ରାମର ଗଣେଶ୍ୱର ବିଶ୍ୱାଳ (୫୮) ବିଲରେ କାମ କରୁଥିବାବେଳେ ଚେତାଶୂନ୍ୟ ହୋଇ ପଡ଼ିଯାଇଥିଲେ । ପରିବାରଲୋକେ ଖବର ପାଇଁ କପ୍ତିପଦା ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେହେଁ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ସମ୍ପର୍କରେ କପ୍ତିପଦା ଥାନାରେ କେସ୍ ନମ୍ବର୧୫ରେ ଏକ ଅପମୃତୁ୍ୟ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ଉଦଳା ପଠାଇଥିଲେ । ଏ ଖବର ପାଇ ପରିବାର ତଥା ସୋଲଗଡ଼ିଆ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।