୧୪ରୁ କଲେଜ ସଂଘର ଆନେ୍ଦାଳନ
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ୬୬୨ କଲେଜ୍ ସଂଘ ବୈଠକ ସାନ୍ଦା ଆଞ୍ଚଳିକ କଲେଜର ଅଧ୍ୟକ୍ଷ ଶିଶିର ଦେହୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଭାପତି ଗୋଲକ ନାୟକ ଯୋଗ ଦେଇ ଆସନ୍ତା ୧୪ତାରିଖରେ ହେବାକୁ ଥିବା ଆନେ୍ଦାଳନରେ ସମସ୍ତେ ଯୋଗ ଦେବାକୁ ଅନୁରୋଧ କରିଥିଲେ । ଏହି ବର୍ଗର କର୍ମଚାରୀମାନେ ଦୀର୍ଘବର୍ଷ ହେଲା ଆନେ୍ଦାଳନ କରୁଥିଲେ ମଧ୍ୟ ବିଗତ ସରକାର ଏକ ପୂର୍ଣ୍ଣାଙ୍ଗ ନୀତି ବାହାର ନ କରି ଢୋକେ ପି ଦଣ୍ଡେ ଜି ଭଳି ଏକ ବିକୃତ କାମଚଳା ନିୟମ ବାହାର କରି କେବଳ କିଛି କିଛି ଦରମା ଦେଇ ଚାଲିଗଲେ । ଏହି ବର୍ଗର ଅଧ୍ୟାପକ ଓ କର୍ମଚାରୀମାନେ ଅବସର ନେଲେ ରିକ୍ତ ହସ୍ତରେ ଘରକୁ ଫେରୁଛନ୍ତି ଓ ପେନ୍ସନ୍ ନ ଥିବାରୁ ଦୁଃଖରେ କାଳାତିପାତ କରୁଛନ୍ତି । ଦୀର୍ଘ ୩୦ବର୍ଷ ସେବା ପରେ ଏବେ ବଞ୍ଚôବା ପାଇଁ ଟଙ୍କାଟିଏ ପେନ୍ସନ୍ ଭାବେ ନ ପାଇବା ଏହା ସମସ୍ତଙ୍କୁ ଚକିତ କରିଛି । ରାଜ୍ୟରେ ଏବେ ନୂଆ ସରକାରକୁ ପ୍ରାୟ ୭ମାସ ହୋଇଥିଲେ ବି ଏ ସଂପର୍କରେ ଆଲୋଚନା ନ କରିବା ସମସ୍ତଙ୍କୁ ଆହୁରି ଅଧିକ ବ୍ୟଥିତ କରିଛି । ତେଣୁ ସଂଘର ମୁଖ୍ୟ ଦାବି ପେନ୍ସନ୍, ପ୍ରମୋସନ୍ ଓ ଚାକିରି ସର୍ତ୍ତାବଳୀ ଦାବିରେ ଆସନ୍ତା ୧୪ ତାରିଖରେ ସଂଘ ଗଣତାନ୍ତ୍ରିକ ଭାବେ ଆନେ୍ଦାଳନ କରିବ ବୋଲି ୨୦୦୮ ପରବର୍ତ୍ତୀ ଅନୁଦାନରୁ ବଞ୍ଚôତ ଅଧ୍ୟାପକ ଓ ଅଧ୍ୟାପିକା କର୍ମଚାରୀମାନଙ୍କୁ ଦରମା ଦେବା ନିମନ୍ତେ ସଂଘ ଦାବି ଉପସ୍ଥାପନ କରିବ । ଏଥିରେ ରାଜ୍ୟର ସମସ୍ତ କର୍ମଚାରୀଙ୍କ ସହ ଢେଙ୍କାନାଳ ଜିଲ୍ଲାର ସମସ୍ତ କର୍ମଚାରୀ ଇଚ୍ଛାଧିନ ଛୁଟି ନେଇ ୧୪ ତାରିଖରେ ଯୋଗ ଦେବାକୁ ରାଜ୍ୟ ସଭାପତି ଗୋଲକ ନାୟକ ଓ ଜିଲ୍ଲା ସଭାପତି ସମୀର ସାହୁ ସମସ୍ତଙ୍କୁ ନିବେଦନ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ତଥା ସଂଗ୍ରାମୀ ପୁଷ୍ପଲତା ରଥ ଓ ନରେନ୍ଦ୍ରନାଥ ପଣ୍ଡା, ଅଧ୍ୟାପକ ଜଳଧର ରାଉତ, ଅଧ୍ୟାପିକା କାନନବାଳା ସାହୁ, ଅଧ୍ୟାପକ ସିଦ୍ଧାର୍ଥ ମହାନ୍ତି, ଅରୁଣ ସାମଲ, ସୁଜିତ୍ କୁମାର ସାମଲ ଆନେ୍ଦାଳନରେ ଯୋଗ ଦେବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ଆଜିର ବୈଠକରେ ଢେଙ୍କାନାଳ ଜିଲ୍ଲାର ୨୫ଟି କଲେଜ୍ରୁ ପ୍ରତିନିଧି ସଂଗ୍ରାମୀମାନେ ଯୋଗ ଦେଇ ଆନେ୍ଦାଳନରେ ସାମିଲ୍ ହେବେ ବୋଲି ମତ ଦେଇଥିଲେ ।