ସୁକିନ୍ଦା ସାହିତ୍ୟ ସମାଜର ସାରସ୍ୱତ ସମାରୋହ
ସୁକିନ୍ଦା : ସୁକିନ୍ଦା ସାହିତ୍ୟ ସମାଜ ପକ୍ଷରୁ ସାରସ୍ୱତ ସମାରୋହ ଆୟୋଜିତ ହୋଇଛି । ସମାରୋହରେ ପ୍ରଥମ ଅଧିବେଶନରେ କବିତା ପାଠୋତ୍ସବ ହୋଇଥିବା ବେଳେ, ଦ୍ୱିତୀୟ ଅଧିବେଶନରେ ସମ୍ବର୍ଦ୍ଧନା ପର୍ବ ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ସାହିତ୍ୟ ସମାଜର ସଭାପତି କୁଳମଣି ଦତଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ବରିଷ୍ଠ ସାହିତି୍ୟକ ଡ. ଅରବିନ୍ଦ ରାୟ ଅତିଥି ଭାବେ ଯୋଗଦେଇ ସାହିତ୍ୟ ଆନନ୍ଦ ପ୍ରଦାନ କରିବା ସହ ଦେହ ଓ ମନକୁ ସୁସ୍ଥ ରଖେ ବୋଲି ମତ ପ୍ରକାଶ କରିଥିଲେ । ବକ୍ତାଭାବେ ଓଡ଼ିଶା ଯୁବ ଲେଖକ ସମ୍ମିଳନୀର ସମ୍ପାଦକ ବନୋଜ କୁମାର ତ୍ରିପାଠୀ ଯୋଗ ଦେଇ ରୁଚି ସମ୍ପନ୍ନ ସାହିତ୍ୟ ରଚନା ସମ୍ପର୍କରେ ମତ ରଖିଥିଲେ । ସମ୍ପାଦକ ହିମାଂଶୁ ଶେଖର ଦ୍ୱିବେଦୀ ସଂପାଦକୀୟ ବିବରଣୀ ପାଠ, ଅଜୟ କୁମାର ଖୁଂଟିଆ ଅତିଥି ପରିଚୟ, ଦୟାନିଧି ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ଡଃ ଅରବିନ୍ଦ ରାୟଙ୍କୁ ବିଷୁବ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରଥମ ଅଧିବେଶନରେ ବିଷ୍ଣୁ ଚରଣ ସାହୁଙ୍କ ସଭାପତିତ୍ୱରେ ଓ ଦୟାନିଧି ଦାଶ, ଲବଙ୍ଗ ଲତା ପରିଡ଼ା ଓ କାଂଚନ ବାଳା ମଲ୍ଲ ଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠୋତ୍ସବରେ କବି ପବିତ୍ର ମୋହନ ସାହୁ, ସୁରେନ୍ଦ୍ର କୁମାର ଦାଶ, ବିଜୟ କୁମାର ସାହୁ, ଦୀପ୍ତି ସାମଲ, କାଂଚନବାଳା ସାହୁ, ରୀନାରାଣୀ ରାଉତ, ଜୟନ୍ତୀ ସାହୁ, ସୁମିତ୍ରା ଓଝା, ପ୍ରମୋଦ କୁମାର ସାହୁ, ଅଶେଷ ପାତ୍ର, ଡଃ କିଶୋର ଚନ୍ଦ୍ର ଦାଶ, ହେମନ୍ତ କୁମାର ସ୍ୱାଇଁ, ଗିରିଧାରୀ ଚାନ୍ଦ, ସନ୍ତୋଷ କୁମାର ସାହୁ, ବଟକୃଷ୍ଣ ସ୍ୱାଇଁ, ଶିଶିର ଚୌଧୁରୀଙ୍କ ସମେତ ଅନେକ କବି ସେମାନଙ୍କ ସ୍ୱରଚିତ କବିତାପାଠ କରିଥିଲେ । କାର୍ଯ୍ୟକ୍ରମରେ ଗୋକୁଳ ବିହାରୀ ପୃଷ୍ଟି, ସୁରେନ୍ଦ୍ର କୁମାର ଦାଶ ଓ ନିର୍ମଳ ଚନ୍ଦ୍ର ରାଉତ ଅତିଥି ରୂପେ ଯୋଗଦେଇ ଥିଲେ । ମନୋରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
 
 Rasmita Behera
                                    Rasmita Behera                                 
    
             
    
 
    
 
 
 
