ଜଙ୍ଘାରରେ ସ୍ୱାସ୍ଥ୍ୟ ଶିବିର
ଆନନ୍ଦପୁର : ଜଙ୍ଘାର ଗ୍ରାମ ଅନ୍ତର୍ଗତ ପାତାଳଶୁଣୀ ହାଇସ୍କୁଲରେ ସ୍ୱାଇଏସଡ଼ି ଏବଂ ଏଲ ଆଣ୍ଡ ଟି ପକ୍ଷରୁ ଏକ ମେଗା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି. ଦୀର୍ଘ ତିନିଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ଏହି ସ୍ୱାଥ୍ୟ ଶିବିରକୁ ପ୍ରତିଷ୍ଠାତା ପ୍ରଫୁଲ୍ଲ ସାହୁ, ସିନିୟର ମ୍ୟାନେଜର ଅମିତ ମହାପାତ୍ର, ନାଏବ ସରପଞ୍ଚ ଶୁକଦେବ ଦାସ, ଏଲ୍ଆଣ୍ଡ୍ଟି ପକ୍ଷରୁ ରାମକିଷାନ ପାଣ୍ଡେ, ପ୍ରଶାନ୍ତ ଅଜିତ ଜନବେକ, ମନୋଜ ସିଂ ପ୍ରମୁଖ ଅତିଥୀ ଭାବେ ଯୋଗ ଦେଇ ଅନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଏହି ଶିବିରରେ ବିଭିନ୍ନ ଗ୍ରାମରୁ ରୋଗୀ ଆସି ସେମାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ । ଡ. ପ୍ରମୋଦ ନନ୍ଦ ଏବଂ ଡ. ଦେବବ୍ରତ ଖୁଣ୍ଟିଆ ପ୍ରମୁଖ ସ୍ୱାସ୍ଥ୍ୟ ପରୀକ୍ଷା କରିବାରେ ସହଯୋଗ କରିଥିଲେ ।