ପୁଅର ଆକ୍ରମଣରେ ବାପ ମୃତ

 ସାରସକଣା : ମୟୁରଭଂଜ ଜିଲ୍ଲା ଝାରପୋଖାରିଆ ଥାନା ସାରସକଣା ବ୍ଳକ୍ ଅନ୍ତର୍ଗତ ଯୋକା ପଞ୍ଚାୟତର ଦିଗାରିଶୋଳ ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ବଡ଼ ପୁଅର କଟୁରୀ ଏବଂ କାଠ ଫାଳିଆ ଆକ୍ରମଣରେ ହୋଇଛି ବାପାର ମୃତୁ୍ୟ । ଅଭିଯୋଗ ଅନୁସାରେ ବାପା ଜଟିଆ ମୁଣ୍ଡାଙ୍କୁ ତାଙ୍କର ବଡ଼ପୁଅ ଚନ୍ଦନ ମୁଣ୍ଡା( ୨୫) ନିଶାସକ୍ତ ଅବସ୍ଥାରେ କଟୁରୀ ଏବଂ କାଠ ଫାଳିଆ ସାହାଯ୍ୟରେ ମାରାଣାନ୍ତକ ଆକ୍ରମଣ କରିଥିଲେ  । ଶୁକ୍ରବାର ସକାଳ ୭ଟାରେ ସାନପୁଅ ସାଗର ମୁଣ୍ଡା ସ୍ଥାନୀୟ ଶିର୍ଷା ଡାକ୍ତରଖାନାକୁ ଚିକିସôା ପାଇଁ ନେଇ ଥିଲେ  । ଡାକ୍ତର ପ୍ରାଥମିକ ଚିକିସôା କଲାପରେ ବାପାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଦେଖି ବାରିପଦା ସ୍ଥିତ ପି.ଆର.ଏମ ମେଡିକାଲକୁ ସ୍ଥାନାନ୍ତର କରିଥିଲେ । ସାନ ପୁଅ ଅସହାୟ ଏକାକୀ ଥିବାରୁ ବାରିପଦା ଡାକ୍ତରଖାନାକୁ ନେଇ ପାରିବି ନାହିଁ କହି ଡାକ୍ତରଙ୍କ ପରାମର୍ଶ କ୍ରମେ ସ୍ୱଇଚ୍ଛାରେ ଘରକୁ ନେଇ ଆସିଥିଲେ  । ତେବେ ଶନିବାର ଦିନ ବାପାଙ୍କର ମୃତୁ୍ୟ ଘଟିଥିଲା  । ସାନ ପୁଅର ଅଭିଯୋଗ ପରେ ଝାରପୋଖରିଆ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ କଲାପରେ ଥାନା ୧୫୪/୨୫ ଅନୁସାରେ ଏକ ମାମଲା ରୁଜୁ କରିଥିଲେ  । ପରବର୍ତ୍ତୀ ସମୟରେ ବାରିପଦାରୁ ସାଇନ୍ ଟିଫିକ ଟିମ ଆସିବା ପରେ ଉଭୟ ପୁଲିସ ଏବଂ ସାଇଣ୍ଟିଫିକ୍ ଟିମ ସହିତ ତଦନ୍ତ ପରେ ଶବ ବ୍ୟବଛେଦ ପାଇଁ ବାରିପଦା ପି ଆର ଏମ ଡାକ୍ତରଖାନା କୁ ପଠା ଯାଇଛି  । ଅଭିଯୁକ୍ତ ବଡ଼ପୁଅ ଚନ୍ଦନ ମୁଣ୍ଡାକୁ  ଆଇ.ଆଇ.ସି ଗିରଫ କରିଥିବା ସୂଚନା ଦେଇଛନ୍ତି  ।