୫୧ କୁଣ୍ଡୀୟ ବିଶ୍ୱଶାନ୍ତି ମହାଯଜ୍ଞ
ବେତନଟୀ : ବାବା ଆଖଣ୍ଡଳମଣି ମନ୍ଦିର କମିଟିର ଯୁବ ପରିଷଦ ଗଣ ପାରିଭିଲା, ମହିଷାଳୀ, ଆନୁକୂଲ୍ୟରେ ବାବା ଆଖଣ୍ଡଳମଣି ମନ୍ଦିର ପଡ଼ିଆ, ପାରିଭିଲା ଠାରେ ଗ୍ରାମିଣ ମହୋତ୍ସବର ଚତୁର୍ଥ ଦିବସରେ ୫୧ କୁଣ୍ଡୀୟ ବିଶ୍ୱ କଲ୍ୟାଣ ମହାଯଜ୍ଞ ଅନୁଷ୍ଠିତ ହୋଇଛି । ସମାଜସେବୀ ପ୍ରକୃତି ବନ୍ଧୁ ପୁରସ୍କାରପ୍ରାପ୍ତ ସୁମନ୍ତ କୁମାର ଜେନା ମୁଖ୍ୟଅତିଥି ଭାବେ ଯୋଗଦାନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଗୁରୁକୁଳ ଆଶ୍ରମର ସଂଚାଳକ ଆଚାର୍ଯ୍ୟ ବିଜୟ ଜୀ ଯଜ୍ଞର ପରିଚାଳନା ସହ ମୁଖ୍ୟବକ୍ତା ଭାବେ ଯୋଗଦାନ କରି ଯଜ୍ଞର ମହତ୍ତ୍ୱ ଉପରେ ବକ୍ତବ୍ୟ ରଖିଥିଲେ । ସ୍ଥାନୀୟ ପୁରୋହିତ ଶ୍ରୀ କ୍ଷୀରୋଦ ପଣ୍ଡା ମଙ୍ଗଳାଚରଣ ପାଠ କରିଥିଲେ । ପଣ୍ଡିତ ସୁରେନ୍ଦ୍ର ସିଂହ, ପଣ୍ଡିତ ଜଗବନ୍ଧୁ ଶାସ୍ତ୍ରୀ, ସମାଜସେବୀ ଅକ୍ଷୟ ମିଶ୍ର ଯଜ୍ଞ ପରିଚାଳନା କରିଥିଲେ । ୪ ଦିନ ଧରି ଅନୁଷ୍ଠିତ ଗ୍ରାମୀଣ ମେଳା ଓ ମା ଭଗବତୀ ପୂଜା ଅବସରରେ ପ୍ରତ୍ୟେକ ଦିନ ନାମ ସଂକୀର୍ତ୍ତନ, ବୈଦିକ ପ୍ରବଚନ, ନଗର ପରିକ୍ରମା, ପୂଜ୍ୟପୂଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଛି । କାର୍ଯ୍ୟକ୍ରମରେ ବ୍ୟବସାୟୀ ଚନ୍ଦନ ପ୍ରଧାନ ଯେଗଦାନକରି କାର୍ଯ୍ୟକର୍ତ୍ତାଙ୍କ ଉତ୍ସାହ ବଢାଇଥିଲେ । ବାବା ଆଖଣ୍ଡଳମଣି କମିଟି ସଭାପତି ରବିନ୍ଦ୍ର ପରିଡାଙ୍କ ତତ୍ତ୍ୱାବଧାନରେ ମେଳା ପରିସରରେ ପ୍ରତ୍ୟେକ ସନ୍ଧ୍ୟାରେ ସ୍ଥାନୀୟ ଲୋକଙ୍କ ଭିତରେ ମେଳାର ଉଦେ୍ଦଶ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି ସହ ଧାର୍ମିକ ମନୋଭାବର ଜାଗରଣ ଆଣିବାପାଇଁ ସଭାକାର୍ଯ୍ୟ ଅନୁଷ୍ଠିତ ହେଉଥିଲା । କାର୍ଯ୍ୟକ୍ରମରେ ପ୍ରତାପ ଚନ୍ଦ୍ର ନାୟକ, କାର୍ତ୍ତିକ ଚନ୍ଦ୍ର ଗାଆଣ, ଅନ୍ତର୍ଯ୍ୟାମୀ ବେହେରା,ରମେଶ ଚନ୍ଦ୍ର ବେହେରା, ସୁବ୍ରତ ପରିଡା, ଅଜୟ ଗାଆଣ, ଆନନ୍ଦ ରାଉଳ, ସଚ୍ଚିଦାନନ୍ଦ ଗାଆଣ, କମଳାକାନ୍ତ ବେହେରା, ଦେବାଶିଷ ନାୟକ, ହିମାଂଶୁ ଗାଆଣ ଓ ଶାନ୍ତି ଯୁବ ବାହିନୀ କର୍ମକର୍ତ୍ତା ରହିଥିଲେ । ଶଷରେ କମିଟିର ମ୍ପାଦକ ଅନ୍ତର୍ଯ୍ୟାମୀ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।