ନଦୀରେ ବୁଡି ନାବାଳକ ମୃତ
କେନ୍ଦୁଝର : କେନ୍ଦୁଝର ସଦର ଥାନା ଅନ୍ତର୍ଗତ ବୋଦାପଳସା ନିକଟ ଅରଡେଇ ନଦୀରେ ବୁଡି ଉକ୍ତ ନାବାଳକର ମୃତୁ୍ୟ ହୋଇଛି । ମୃତ ନାବାଳକ ଜଣକ ପ୍ରେମାନନ୍ଦ ମହାପାତ୍ରଙ୍କ ୧୬ ବର୍ଷର ପୁଅ ପ୍ରବୀଣ ମହାପାତ୍ର(୧୬) ବୋଲି ଜଣାପଡିଛି । ତାଙ୍କ ଘର ଦେବଗଡ ଜିଲ୍ଲା ସିଲେଇବଣି ଗ୍ରାମରେ । ରଜ ପର୍ବ ପାଳିବା ପାଇଁ ସେ ସଦର ବ୍ଲକ ଅନ୍ତର୍ଗତ ବୋଦାପଳସା ଗ୍ରାମର ମାମୁଁ ନିଗମ ରଣାଙ୍କ ଘରକୁ ଆସିଥିଲେ । ପହିଲି ରଜ ଶନିବାର ସକାଳ ପ୍ରାୟ ୧୦ଟାରେ ଅରଡେଇ ନଦୀକୁ ଗାଧୋଇବାକୁ ଯାଇ ସେ ପାଣିରେ ବୁଡି ଯାଇଥିଲେ । ନଦୀରେ ଗାଧୋଉଥିବା ଅନ୍ୟ ଯୁବକମାନେ ତାଙ୍କୁ ଖୋଜାଖୋଜି କରିବା ପରେ ପ୍ରାୟ ୧ଘଣ୍ଟା ପରେ ତାଙ୍କ ମୃତଦେହ ଉଦ୍ଧାର କରିଥିଲେ । ସଦର ପୁଲିସ ଏକ ଅପମୃତୁ୍ୟ ମାମଲା ରୁଜୁ କରି ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ମୃତ ନାବାଳକ ପ୍ରବୀଣ ମହାପାତ୍ର ଚଳିତବର୍ଷ ଦଶମ ବୋର୍ଡ ପରୀକ୍ଷାରେ ପାସ କରିଥିଲେ ।