ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୮ ମୃତ୍ୟୁ

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୮ ମୃତ୍ୟୁ

ଉତ୍ତରପ୍ରଦେଶର ସମ୍ଭଲ ଜିଲ୍ଲାରେ  ମିରଟ-ବଦାୟୁଁ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା  ।  ବରଯାତ୍ରୀଙ୍କୁ ନେଇ ଯାଉଥିବା ଏସ୍‌ୟୁଭି ଆଜି ଏକ କ‌ଲେଜ କାନ୍ଥକୁ ପିଟି ଦେବା ଫଳରେ ବର ସମେତ ୮ ଜଣଙ୍କର ମୃତ୍ୟୁ ହୋଇଯାଇଛି ।  ମୃତକଙ୍କ ମଧ୍ୟ‌ରେ ୨ ଜଣ ଶିଶୁ  ଅଛନ୍ତି ।  ହରଗୋବିନ୍ଦପୁର ଗ୍ରାମରୁ ୧୦ ଲୋକଙ୍କୁ ଧରି ଯାତ୍ରା କରୁଥିବା  ଏକ ମହିନ୍ଦ୍ରା ବୋଲେରୋ ନିୟନ୍ତ୍ରଣ ହରାଇ ‘ଜନତା ଇଣ୍ଟର କଲେଜ୍‌’ର ପାଚେରୀକୁ ପ୍ରଚଣ୍ଡ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହିଁ ୮ ଜଣଙ୍କ ମୃତ୍ୟୁ ହୋଇଛି ।   ବର ଓ ତାଙ୍କର ସଂପର୍କୀୟଙ୍କୁ ନେଇ ଏହି ବୋଲୋରୋ ବଦାୟୁଁର ସିରସୌଲ ଗ୍ରାମକୁ ଯାଉଥିଲା ।  କାର୍‌ ଧକ୍କାରେ କଲେଜର କାନ୍ଥ ଚୁର୍‌ମାର ହୋଇଯାଇଛି । ପୁଲିସ ସୂଚନା ଅନୁଯାୟୀ, ହରଗୋବିନ୍ଦପୁରର ବାସିନ୍ଦା ସୁଖରାମ ତାଙ୍କ ପୁଅ ସୁରଜର ବାହାଘର ଆୟୋଜନ କରିଥିଲେ। ବିବାହ ସ୍ଥଳକୁ ୧୧ଟି ଗାଡ଼ି ପଠାଯାଇଥିଲା । ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇବାରୁ ଏହି ଭୟାନକ ଦୁର୍ଘଟଣା ଘଟିଛି