ଓଲଟିଲା ଡାଲା ଅଟୋ ଜଣେ ମୃତ

 ହିଞ୍ଜିଳିକାଟୁ  : ହିଞ୍ଜିଳି ଥାନା ନନ୍ଦିକ ଗ୍ରାମ ନିକଟରେ ଏକ ଡାଲା ଅଟୋ (ଓଡି୦୭ଏଜେଡ ୬୭୬୫) ରାସ୍ତା ପ୍ୱାର୍ଶ୍ୱକୁ ଓଲଟି ପଡିଛି । ଦୂର୍ଘଟଣାରେ ଜଣଙ୍କ ମୃତୁ୍ୟ ଘଟିଛି । ମୃତକ ଜଣଙ୍କ ହେଲେ ଚମାଖଣ୍ଡି ଥାନା ବଣବୁଲାପଲ୍ଲୀ ଗ୍ରାମର କାର୍ତ୍ତିକ ଦାସ (୪୯)  ।  ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି କାର୍ତ୍ତିକଙ୍କୁ ଉଦ୍ଧାର କରି ହିଞ୍ଜିଳିକାଟୁ ଉପଖଣ୍ଡ ଚିକିସôାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଘଟଣା ନେଇ ମୃତକଙ୍କ ପୁତୁରା ହେମନ୍ତ ଦାସ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନମ୍ବର- ୫୫୦/୨୫ରେ ଏକ ମାମଲା ରୁଜୁ କରି ମୃତଦେହ ଜବତ କରିବା ସହ ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଯାଇଥିଲା । ଦୂର୍ଘଟଣାଗ୍ରସ୍ତ ଡାଲା ଅଟୋକୁ ଜବତ କରିବା ସହ ଚାଳକଙ୍କୁ ପୁଲିସ ଗିରଫ କରିଛି । ଗିରଫ  ଚାଳକ ଜଣଙ୍କ ହେଲେ ଛତ୍ରପୁର ଥାନା ସରାଭୀମପୁର ଗ୍ରାମର ବସନ୍ତ ଦାସ (୨୫)  । ବ୍ୟବଛେଦ ପରେ ମୃତଦେହକୁ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଛି । ଗିରଫ ଚାଳକ ଙ୍କୁ ବୁଧବାର କୋର୍ଟ ଚାଲାଣ କରାଯିବ ବୋଲି ଥାନା ଆଇଆଇସି ଶ୍ରୀନିବାସ ସେଠି କହିଛନ୍ତି ।