ବିବାହ ଶୋଭାଯାତ୍ରାରେ ଆକ୍ରମଣ ଘଟଣା; ୪ଗିରଫ
ହିଞ୍ଜିଳିକାଟୁ: ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ଶ୍ରଦ୍ଧାପୁର ଗ୍ରାମରେ ଗତ ସୋମବାର ବିଳମ୍ବିତ ରାତିରେ ବିବାହ ଶୋଭାଯାତ୍ରାରେ ହୋଇଥିବା ଆକ୍ରମଣ ଘଟଣାରେ ହିଞ୍ଜିଳିକାଟୁ ପୁଲିସ ୪ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।
ପ୍ରକାଶ ଯେ, ହିଞ୍ଜିଳିକାଟୁ ଅଞ୍ଚଳର ଜଣେ ଯୁବକ ଶ୍ରଦ୍ଧାପୁର ଗ୍ରାମକୁ ବାହାଘର ଶୋଭାଯାତ୍ରାରେ ଯାଉଥିଲେ । ରାତ୍ର ପ୍ରାୟ ୧୧ ଘଣ୍ଟା ସମୟରେ ସାମାନ୍ୟ ବଚସାରୁ ବରଘରର କିଛି ସମ୍ପର୍କୀୟଙ୍କ ସହ ବାହାଘର ପାଇଁ ଶୋଭାଯାତ୍ରାରେ ଯାଇଥିବା ଘୋଡାଗାଡି ଚାଳକଙ୍କ ସହ ଯୁକ୍ତିତର୍କ ପରେ ଗଣ୍ଡଗୋଳ ହୋଇଥିଲା । ପରେ ଆପୋଷ ବୁଝାମଣା ହୋଇଥିଲା । ପରିସ୍ଥିତି ଧୀରେ ଧୀରେ ଉଗ୍ରରୂପ ଧାରଣ କରିଥିଲା । ଶେଷରେ ଶୋଭାଯାତ୍ରା ଗାଡି ଚାଳକ, ମାଲିକ ଓ ଜଣେ ସହଯୋଗୀ ମିଶି ଖଣ୍ଡାରେ ହଠାତ୍ କାହ୍ନାଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣରେ ଯୁବକଙ୍କ ହାତ, ମୁଣ୍ଡ ଓ ଛାତିରେ ଗଭୀର କ୍ଷତ ସୃଷ୍ଟି ହେବା ସହ ରକ୍ତ ଜୁଡୁବୁଡୁ ହୋଇ ଯୁବକ ଜଣଙ୍କ ଘଟଣା ସ୍ଥଳରେ ପଡି ଯାଇଥିଲେ । ଯୁବକ ଜଣଙ୍କ ତଳେ ପଡିଯିବା ପରେ ଆକ୍ରମଣକାରୀ ଗାଡି ଚାଳକ ଓ ସହଯୋଗୀମାନେ ଶୋଭାଯାତ୍ରା ଗାଡ଼ିକୁ ସାଙ୍ଗରେ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ସ୍ଥାନୀୟ ଲୋକେ ଗୁରୁତର ଆହତଙ୍କୁ ଉଦ୍ଧାର କରି ଚିକିସôା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିସôାଳୟରେ ଭର୍ତ୍ତି କରିଥିଲେ । ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିସôା ପରେ ତାଙ୍କୁ ଅଧିକ ଚିକିସôା ପାଇଁ ବ୍ରହ୍ମପୁର ଓ ପରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଖବର ପାଇଁ ହିଞ୍ଜିଳି ପୁଲିସର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ସରଜମିନ ତଦନ୍ତ ଚଳାଇଥିଲା । ଗୁରୁତର ଯୁବକ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ପରିବାର ସୂତ୍ରରୁ ଜଣାପଡିଛି । ଗୁରୁତର ଆହତ ଯୁବକ ଜଣଙ୍କ ହେଲେ ହିଞ୍ଜିଳି ଥାନା କଣ୍ଟେଇକୋଳି ଗ୍ରାମର କାହ୍ନା ସାହୁ (୩୦) । ଏଭଳି ଏକ ଘଟଣା ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଶ୍ରଦ୍ଧାପୁର ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଘଟିଥିଲା । ଘଟଣା ନେଇ ବୁଧବାର ଗୁରୁତର ଆହତ କାହ୍ନାଙ୍କ ବାପା ମଙ୍ଗୁଳୁ ସାହୁ ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ- ୧୨୫/୨୫ ରେ ଏକ ମାମଲା ରୁଜୁ କରି ତଦନ୍ତକାରୀ ଅଧିକାରୀ ତଥା ଥାନା ଏସଆଇ ସିଦ୍ଧାର୍ଥ ଶଙ୍କର ଜେନା ଘଟଣାର ତଦନ୍ତ ଚଳାଇଥିଲେ । ପୁଲିସ ଆକ୍ରମଣ ଘଟଣାରେ ସଂପୃକ୍ତ ୪ ଜଣଙ୍କୁ ଗିରଫ କରିଛି । ଗିରଫ ଯୁବକ ମାନେ ହେଲେ ହିଞ୍ଜିଳି ଥାନା ତଥା ହିଞ୍ଜିଳିକାଟୁ ପୈାରାଞ୍ଚଳ ହିଞ୍ଜିଳି ସାନସାହିର ଚନ୍ଦନ ଚୌଧୁରୀ (୩୨), ତାଙ୍କ ସାନ ଭାଇ କାହ୍ନୁ ଚୌଧୁରୀ (୨୮), ପାଟଣା ସାହିର ରାମଚନ୍ଦ୍ର ସେନାପତି (୩୫) ଓ ହିଞ୍ଜିଳି ଥାନା ଶ୍ରଦ୍ଧାପୁର ଗ୍ରାମର ଗଣେଷ ପୃଷ୍ଟି (୩୮) । ଗିରଫ ଯୁବକ ମାନଙ୍କ ଠାରୁ ଶୋଭାଯାତ୍ରାରେ ବ୍ୟବହୃତ ଶୋଭାଯାତ୍ରା ଗାଡି (ଓଡି୧୫ ଆର ୧୭୩୭), ଏକ ସ୍କୁଟି (ଓଡି୦୭ ଜେ ୯୪୮୧) ଓ ଆକ୍ରମଣରେ ବ୍ୟବହୃତ ଏକ ରକ୍ତଭିଜା କାତିକୁ ପୁଲିସ ଜବତ କରିଛି । ଗିରଫ ସମସ୍ତ ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ସୂତ୍ରରୁ ପ୍ରକାଶ ।