ଅସଲି ବୋତଲରେ ନକଲି ମଦ : ବିନା ଲାଇସେନ୍ସରେ ଚାଲିଛି ସରକାରୀ ମଦ ଦୋକାନ
ବୁଗୁଡ଼ା : ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ଚୋରା ମଦ ବିକ୍ରୀ ବୃଦ୍ଧି ପାଉଥିବାବେଳେ ସରକାରୀ ମଦ ଦୋକାନରେ ମଧ୍ୟ୍ୟ ନକଲି ମଦ ବିକ୍ରୀ ହେଉଛି । ଅସଲି ବୋତଲ ଭିତରେ ବିକ୍ରୀ ହେଉଛି ନକଲି ମଦ । ଏମିତି ଅଭିଯୋଗ ଆସିଛି ବୁଗୁଡ଼ା ବ୍ଲକ ଅନ୍ତର୍ଗତ କରସିଂ ଗ୍ରାମରୁ । ଏହି ଗ୍ରାମରେ ଥିବା ସରକାରୀ ବିଦେଶୀ ମଦ ଦୋକାନରୁ ମଦ ନେଉଥିବା ଗ୍ରାହକ ଅଭିଯୋଗ କରିଛନ୍ତି । ଏଠାରେ ଗୋଟିଏ କମ୍ପାନୀର ବୋତଲ ଉପରେ ଲାଗିଛି ଅନ୍ୟ କମ୍ପାନୀର ଠିପି । କିଛି ଗ୍ରାହକ ଏହି ଦୋକାନରୁ ଆଇକନିକ୍ ହୁସ୍କି କିଣିଲା ପରେ ଦେଖିଥିଲେ ସେଥିରେ ବି ସେଭେନ ହୁସ୍କିର ଠିପି ଲାଗିଛି ଏବଂ ଭିତରେ କିଛି କାଠି ଭାସୁଛି ଏନେଇ ଗ୍ରାହକ ଦୋକାନୀକୁ କହିବାରେ ଆଉ ଗୋଟେ ବଦଳାଇ ନେଇଯାଅ ବୋଲି ଜବାବ ଦେଇଥିଲେ । ଏହି ଖବର ଶୁଣି କିଛି ଲୋକ ସେଠାରେ ରୁଣ୍ଡ ହୋଇ ଅବକାରୀ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ବୁଗୁଡ଼ା ପୁଲିସ ବୁଗୁଡ଼ା ଅବକାରୀ ବିଭାଗ ଓ ଭଞ୍ଜନଗର ଅବକାରୀ ଥାନା ଇନସ୍ପେକ୍ଟର ଡମ୍ବରୁଧର ହରିଜନ ସେଠାରେ ପହଞ୍ଚି ତଦନ୍ତ କରିବା ସହିତ ସିସିଟିଭି ଏବଂ ଦୋକାନ ଯାଞ୍ଚ କରି ପରୀକ୍ଷା ପାଇଁ କିଛି ସାମ୍ପୁଲ ସଂଗ୍ରହ କରଛନ୍ତି । ଏପରିକି ଦୋକାନରେ ରେଟ୍ ଚାର୍ଟ ଏବଂ ଲାଇସେନ୍ସ ନଥିବା ବେଳେ ପ୍ରିଣ୍ଟରେଟଠାରୁ ଅଧିକ ଦାମରେ ମଦ ବିକ୍ରୀ ହେଉଥିବା ଅଭିଯୋଗ ହୋଇଛି ।