ଡାଟା ଏଣ୍ଟ୍ରି ଅପରେଟରଙ୍କ ପରଲୋକ
ନୂଆପଡା : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ତହସିଲ ଉପନିବନ୍ଧକ କାର୍ଯ୍ୟଳୟରେ ଡାଟା ଏଣ୍ଟ୍ରି ଅପରେଟର ଭାବେ କାର୍ଯ୍ୟରତ ଦିବ୍ୟରଞ୍ଜନ ଦଣ୍ଡସେନା(୩୯)ଙ୍କର ପରଲୋକ ହୋଇଯାଇଛି । ସେ ଜଣେ ନମ୍ର, ଭଦ୍ର ଓ ପରୋପକାରୀ ବ୍ୟକ୍ତି ଥିଲେ । ଖଡ଼ିଆଳ ଉପନିବନ୍ଧକ କାର୍ଯ୍ୟାଳୟରେ ଡାଟା ଏଣ୍ଟ୍ରି ଅପରେଟର ଭାବେ କାର୍ଯ୍ୟ କରି ହଜାର ହଜାର ଜନସାଧାରଣ ସମେତ କାର୍ଯ୍ୟାଳୟର ସମସ୍ତଙ୍କ ପ୍ରିୟପାତ୍ର ହୋଇପାରିଥିଲେ । ସ୍ୱର୍ଗତ ଦିବ୍ୟରଞ୍ଜନ ଖଡ଼ିଆଳ ବ୍ଲକ ନେହେନା ଗ୍ରାମର ବିନୋଦ ଦଣ୍ଡସେନାଙ୍କ ପୁଅ ଥିଲେ । ତାଙ୍କର ମୃତୁ୍ୟରେ ଚିହ୍ନା ମହଲରେ ଶୋକର ଛାୟା ଖେଳିଯାଇଛି । ସାନ ଭାଇ ସୌମ୍ୟରଞ୍ଜନ ମୁଖାଗ୍ନି ଦେଇଥିଲେ ।