ଶିଶୁ ବିଦ୍ୟା ମନ୍ଦିରକୁ ପ୍ରକୃତି ମିତ୍ର ପୁରସ୍କାର
ବଡ଼ସାହି : ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ରାଜ୍ୟର ବିଭିନ୍ନ ଅନୁଷ୍ଠାନକୁ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ୱାରା ପୁରସ୍କୃତ କରାଯାଇଛି । ଏନେଇ ବଡ଼ସାହି ବ୍ଲକ୍ ଅନ୍ତର୍ଗତ ବେଲପାଳ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରକୁ ମିଳିଛି ପ୍ରକୃତି ମିତ୍ର ପୁରସ୍କାର । ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ହାତରୁ ଏହି ପୁରସ୍କାର ଓ ମାନପତ୍ର ଗ୍ରହଣ କରିଛନ୍ତି ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟା ଶାଶ୍ୱତୀ ଦାସ ମହାପାତ୍ର । ସୁସ୍ଥ ପରିବେଶ ଗଠନ ପୂର୍ବକ ଶିଶୁଙ୍କୁ ଶିକ୍ଷାଦାନ ସହିତ ମା" ପାଇଁ ଗଛଟିଏ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ କରାଯାଇ ଏହି ପୁରସ୍କାର ପାଇବା ପାଇଁ ଉକ୍ତ ଶିଶୁ ମନ୍ଦିର ଯୋଗ୍ୟ ବିବେଚିତ ହୋଇପାରିଛି ।ଅନୁଷ୍ଠାନର ପରିଚାଳନା କମିଟି ସହିତ ସମସ୍ତ ଗୁରୁଜୀ ଗୁରୁମାଙ୍କ ପ୍ରୟାସରେ ଏହି ସଫଳତା ମିଳି ପାରିଥିବାରୁ ଅନୁଷ୍ଠାନ ପକ୍ଷରୁ ସେମାନଙ୍କୁ ଧନ୍ୟବାଦ୍ ଅର୍ପଣ କରାଯାଇଛି ।