ବୃଦ୍ଧି ପାଇଲା ଯୁକ୍ତ ଦୁଇ ଫର୍ମପୂରଣ ଅବଧି

ବୃଦ୍ଧି ପାଇଲା ଯୁକ୍ତ ଦୁଇ ଫର୍ମପୂରଣ ଅବଧି

ଭୁବନେଶ୍ୱର : ବୃଦ୍ଧି ପାଇଲା ଯୁକ୍ତ ଦୁଇ ଫର୍ମପୂରଣ ଅବଧି । ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି । ବିନା ଜୋରିମନା ଫର୍ମପୂରଣ ଅବଧି ବୃଦ୍ଧି ପାଇ ଆସନ୍ତା ନଭେମ୍ବର ୧୧ ତାରିଖ ପର୍ଯ୍ୟନ୍ତ କରାଯାଇଛି । ଏନେଇ ଡ଼ଃ ପ୍ରଶାନ୍ତ କୁମାର ପରିଡ଼ା ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଓ ପ୍ରଧାନଶିକ୍ଷକଙ୍କୁ ଚିଠି ଲେଖିଛନ୍ତି । ସେହିପରି ନଭେମ୍ବର ୧୩ ରୁ ୧୮ ତାରିଖ ମଧ୍ୟରେ ଫର୍ମପୂରଣ କଲେ ଛାତ୍ରଛାତ୍ରୀଙ୍କୁ ୨୦୦ଟଙ୍କା ଜରିମାନା ଏବଂ ନଭେମ୍ବର ୧୯ ରୁ ୨୧ ମଧ୍ୟରେ ଫର୍ମପୂରଣ କଲେ ଛାତ୍ରଛାତ୍ରୀଙ୍କୁ ୬୦୦ଟଙ୍କା ଜରିମାନା ଦେବାକୁ ପଡ଼ିବ ।