ସମୁଦ୍ରରେ ବୁଡ଼ି ୩ ମୃତ


ାା ପ୍ରଭାନୁ୍ୟଜ୍ ।ା ଗୋପ/କୋଣାର୍କ : 

 ପୁରୀ ଜିଲ୍ଲା ଚନ୍ଦ୍ରଭାଗା ବେଳାଭୂମି ନିକଟରେ ଆଜି ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି  । ଚନ୍ଦ୍ରଭାଗା ଓ ଇକୋରିଟ୍ରିଟ୍ ମଝିରେ ସମୁଦ୍ରରେ ଗାଧୋଉଥିବା ବେଳେ ୩ ଜଣଙ୍କର ମୃତୁ୍ୟ ହୋଇଛି  । ମୃତକମାନେ ହେଲେ ଭୁବନେଶ୍ୱର ଉପକଣ୍ଠ ପାହାଳର ପିଣ୍ଟୁ ପଟ୍ଟନାୟକ, ରାହୁଲ କୁମାର ସେନାପତି  ଓ କୋଣାର୍କ ଥାନା ଅନ୍ତର୍ଗତ ଜମାଦଳାର ଅରୂପାନନ୍ଦ ଜେନା । 
ମିଳିଥିବା ସୂଚନା ଅନୁଯାୟୀ, ଚନ୍ଦ୍ରଭାଗାରୁ ରାମଚଣ୍ଡୀ ରାସ୍ତାରେ ସମୁଦ୍ରର ଇକୋରିଟ୍ରିଟ୍ ନିକଟରେ ଆଜି ଅପରାହ୍ନରେ ପିଣ୍ଟୁ, ରାହୁଲ ଓ ଅରୂପାନନ୍ଦ ଗାଧୋଉଥିଲେ  । ତେବେ ଅସାବଧାନତା ଯୋଗୁଁ ସେମାନେ ବୁଡିଯାଇଥିଲେ  । ତଟରକ୍ଷୀ ବାହିନୀଙ୍କ ଦ୍ୱାରା ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା  । ଦୁଇ ଗୁରୁତରଙ୍କୁ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଏଠାରେ ଦୁଇ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ପିଣ୍ଟୁ    ପଟ୍ଟନାୟକଙ୍କୁ  ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । କିନ୍ତୁ ସେଠାରେ ମଧ୍ୟ ଗୁରୁତରଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ଜଣାପଡିଛି  । ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ମୃତଦେହ ଜବତ କରିଛି  । ଆସନ୍ତା କାଲି ଶବ ବ୍ୟବଚ୍ଛେଦ ପାଇଁ ପଠାଯିବ  । ଏନେଇ କୋଣାର୍କ ଥାନାରେ ଏକ ଅପମୃତ ମାମଲା ରୁଜୁ କରାଯାଇଛି  ।