ହାଇୱା ଧକ୍କାରେ ସାଇକେଲ ଆରୋହୀଙ୍କ ମୃତୁ୍ୟ
ପାଣିକୋଇଲି : ଏହି ଥାନା ପାଣିକୋଇଳି ଗୋଲେଇ ଉପରେ ଦ୍ରୁତଗାମୀ ହାଇବା ଚଢିଯିବାରୁ ଜଣେ ଇଂଜିନ ମିସ୍ତ୍ରୀଙ୍କ ମୃତୁ୍ୟ ଘଟିଛି । ଭଦ୍ରକ ଜିଲା ଚରମ୍ପା ଅଂଚଳର ବୁଦ୍ଧଦେବ ସାହୁ ଧନପୁର ଠାରେ ଥିବା ଟାଟା ମୋଟର୍ସରେ କାର୍ଯ୍ୟରତ ଥିବା ବେଳେ ଭଡ଼ାଘରୁ ସବୁଦିନ ପରି ନିଜ ସାଇକେଲ ଯୋଗେ କର୍ମକ୍ଷେତ୍ରକୁ ଯିବା ସମୟରେ ସଠିପୁର ପଟୁ ଦ୍ରୁତଗତିରେ ଆସୁଥିବା ଓଡ଼ି୩୪ଏକ୍ସ ୪୦୪୯ ହାଇବା ଓଭରବ୍ରିଜ ତଳୁ ବାହାରି ବୁଦ୍ଧଦେବଙ୍କୁ ଧକ୍କା ଦେଇ ଉପରେ ଚଢି ଯାଇଥିଲା । ଫଳରେ ବୁଦ୍ଧଦେବ ଗୁରୁତର ହୋଇପଡ଼ିଥିଲେ । ଖବର ପାଇ ପାଣିକୋଇଲି ପୁଲିସ ତାଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରି ଯାଜପୁର ମୂଖ୍ୟ ଚିକିତ୍ସାଳୟକୁ ପଠାଇଥିଲା । ମାତ୍ର ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ପୁଲିସ ଥାନାରେ ଏକ ମାମଲା ରୁଜୁ କରି ହାଇବା ଓ ଚାଳକକୁ ଥାନାରେ ଅଟକ ରଖିବା ସହିତ ଶବକୁ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିଛି ।