ମହାଦେବଙ୍କ ପୀଠରେ ଅଷ୍ଟପ୍ରହର ନାମଯଜ୍ଞ
ସାଲେପୁର : ଗଙ୍ଗେଶ୍ୱର ମହାଦେବଙ୍କ ପୀଠରେ ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ଅଷ୍ଟପ୍ରହର ଉତ୍ସବରେ ବିଭିନ୍ନ ଅଞ୍ଚଳରୁ ୧୫ଗୋଟି କୀର୍ତ୍ତନ ମଣ୍ଡଳୀ ଯୋଗ ଦେଇ ନାମଯଜ୍ଞ ଜପ କରିଥିଲେ । ଏହି ଅବସରରେ ସନ୍ଧ୍ୟାରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ତୃତୀୟ ବାର୍ଷିକ ଅଷ୍ଟପ୍ରହର ନାମଯଜ୍ଞ ଉତ୍ସବରେ ଆଖପାଖ ୧୦ଖଣ୍ଡ ଗ୍ରାମର ଗ୍ରାମବାସୀମାନେ ଯୋଗ ଦେଇ ହରିନାମ ଶ୍ରବଣ କରିବା ସହ ଗଙ୍ଗେଶ୍ୱର ମହାଦେବଙ୍କ କୃପା ଲାଭ କରିଥିଲେ ।
 
 Rasmita Behera
                                    Rasmita Behera                                 
    
 
    
 
 
 
