କେନ୍ଦ୍ର ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଫୁଲ୍ଲ
କଳିଙ୍ଗନଗର: ଅଂଚଳବାସୀଙ୍କ ଭାବାବେଗକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନକୁ କଳିଙ୍ଗନଗରରୁ ରାଉରକେଲାକୁ ସ୍ଥାନାନ୍ତରିତ କରିବା ନିଦେ୍ର୍ଦଶକୁ ସୁଗିତ ରଖିଥିବାରୁକେନ୍ଦ୍ର ଇସ୍ପାତ ଏବଂ ଭାରିଶିଳ୍ପ ମନ୍ତ୍ରୀ ଏଚଡି.କୁମାର ସ୍ୱାମୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପୂର୍ବତନ ମନ୍ତ୍ରୀ ଡଃ. ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ଧନ୍ୟବାଦ ଜଣାଇଛନ୍ତି । ଏହା ସହିତ ଏହି ଜାତୀୟ ପ୍ରତିଷ୍ଠାନଟି ବର୍ତମାନ ଜେସିଡିଏଲ ଦ୍ୱାରା ଦିଆଯାଇଥିବା ଏକ ଅସ୍ଥାୟୀ ଗୃହରେ ଚାଲୁଥିବାରୁ କଳିଙ୍ଗନଗର ଠାରେ ଏହାର ସ୍ଥାୟୀ କ୍ୟାମ୍ପସ ଓ ଭିଭିଭୂମି ନିର୍ମାଣ ଏବଂ ବାଲିଅନ୍ତାରେ ସିଟି ଅଫିସ ନିର୍ମାଣ ପାଇଁ ଆବଶ୍ୟକୀୟ ଅର୍ଥ ମଂଜୁର କରିବାକୁ ଡଃ.ଘଡାଇ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଏବଂ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଏକ ପତ୍ରଲେଖି ଅନୁରୋଧ କରିଛନ୍ତି ।