ହୃଦଘାତରେ ବ୍ୟବସାୟୀଙ୍କ ପରଲୋକ 

ବାଲିଚନ୍ଦ୍ରପୁର: ପତରାଜପୁର ବଜାରରେ ସାଇକେଲ ଦୋକାନ କରିବା ସହିତ ଅନ୍ୟାନ୍ୟ ବ୍ୟବସାୟ କରୁଥିବା ବ୍ୟବସାୟୀ ରାମଚନ୍ଦ୍ର ବେହେରାଙ୍କ ସାନପୁଅ ରାହାସ ବିହାରୀ (୪୪)ଙ୍କ ହୃଦଘାତରେ ପରଲୋକ ଘଟିଛି । ଆଜି ସକାଳେ ସେବିଲକୁ ଯାଇ ତଳି ରୋଇ ଘରକୁ ଫେରିବାର କିଛି କ୍ଷଣ ପରେ ହୃଦଘାତର ଶିକାର ହୋଇଥିଲେ । ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ନଡ଼ିଆସାହସପୁର ସରକାରୀ ଡାକ୍ତରଖାନାରେ ଭର୍ତି କରିଥିଲେ ହେଁ ଡାକ୍ତରମୃତ ଘୋଷଣା କରିଥିଲେ । ଗ୍ରାମ ଶ୍ମଶାନରେ ଶେଷକୃତ କରାଯାଇଥିବା ବେଳେ ୪ ବର୍ଷର ପୁଅ ଦୀପକ ମୁଖାଗ୍ନି ଦେଇଥିଲା । ତାଙ୍କ ବିୟୋଗରେ ସରପଂଚ ତନୁଶ୍ରୀ ଦାସ, ପତରାଜପୁର ବଜାର କମିଟି ସଭାପତି କୁଳମଣି ବାରିକ, କାର୍ଯ୍ୟକାରୀ ସଭାପତି କାର୍ତିର୍କ ଚନ୍ଦ୍ର ସାହୁ, ସମ୍ପାଦକ ନିରଞ୍ଜନ ସାମଲ, ପୂର୍ବତନ ସରପଂଚ ବିଳାସ ଚନ୍ଦ୍ର ବାରିକ, ପ୍ରଫୁଲ୍ଲ ବେହେରା ସମେତ ବ୍ୟବସାୟୀ  ଶୋକ ପ୍ରକାଶ କରିଛନ୍ତି ।