ସିଆରପିଏଫ କ୍ୟାମ୍ପ ଉପରେ ଆକ୍ରମଣ,୩ ମାଓବାଦୀ ଗିରଫ
ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ବିଜାପୁର ଜିଲ୍ଲା ପୋଲିସ ଦ୍ୱାରା ଏକ ଲକ୍ଷ ଇନାମୀ ମାଓବାଦୀଙ୍କ ସହ ତିନି ମାଓବାଦୀ ଗିରଫ କରିଛନ୍ତି । ତଥ୍ୟ ଅନୁଯାୟୀ ବିଜାପୁର ଜିଲ୍ଲା ପାମେଡ ଥାନା ପୋଲିସ ଓ ସିଆରପିଏଫ ଜବାନ ମିଳିତ ଭାବେ ଧର୍ମାରମ ଓ ଜିଡପଲ୍ଲୀ ଅଞ୍ଚÿଳରେ କୁମ୍ବିଂ ଅପଅରେସନ କରୁଥିବା ସମୟରେ ଜିଡପଲ୍ଲୀ ଅଂଚଳରୁ ଏକଲକ୍ଷ ଇନାମୀ ଡିକେ ଏମ୍ ଏସ୍ ଅଧ୍ୟକ୍ଷ ରାମବାବୁ ପୁନେମଙ୍କୁ ଗିରଫ କରିଥିବା ବେଳେ ମିଲିସିଆ ଡେପୁଟି କମାଣ୍ଡର ଲଖମା ମାଡକାମି, ଓ ହିଡମା ମାଡବିଙ୍କୁ ଗିରଫ କରିଛନ୍ତି । ଏହି ତିନିଜଣ ସିଆରପିଏଫ କୟାମ୍ପ ଉପରେ ଆକ୍ରମଣ, ହତ୍ୟା ଅପହରଣ ଲୁଟ୍ ମାମଲାରେ ସାମିଲ ଥିବା ପୁଲିସ ପ୍ରକାଶ କରିଛନ୍ତିା ଏହି ତିନିଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ପୁଲିସ ସୁତ୍ରରୁ ପ୍ରକାଶ ।