ଆକ୍ରମଣରେ ମହିଳା ଗୁରୁତର

 ରଗଡ଼ି :ମଙ୍ଗଳବାର କୋରେଇ ଥାନା କନ୍ତୋର ଗ୍ରାମରେ ସଂଘବଦ୍ଧ ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇ ମେଡ଼ିକାଲରେ ଭର୍ତି ହୋଇଛନ୍ତି । ଖବର ମତେ ଗ୍ରାମର ତାପସ ଜେନାଙ୍କ ପନôୀ ବିଜୁଳି ବିଲରେ ଥିବା ବେଳେ ସେହି ଗ୍ରାମର ବାବୁଲି ଜେନାଙ୍କ ପନôୀ ଝରଣା ଓ ତାଙ୍କ ପୁଅ-ଝିଅ ମାରଣାସ୍ତ୍ରରେ ଅତର୍କିତ ଆକ୍ରମଣ କରିଥିଲେ । ଫଳରେ ବିଜୁଳିଙ୍କ ଦେହର ବିଭିନ୍ନ ସ୍ଥାନରେ ଗଭୀର କ୍ଷତସୃଷ୍ଟି ହୋଇ ଗୁରୁତର ହୋଇଥିଲେ ।ପୂର୍ବଶତ୍ରୁତା କୁ କେନ୍ଦ୍ରକରି ଏଭଳି ଘଟିଥିବା କୁହାଯାଉଥିବା ବେଳେ ପ୍ରଥମେ ତାଙ୍କୁ କୋରେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନିଆଯାଇଥିଲା । ପ୍ରାଥମିକଚିକିତ୍ସା ପରେଅବସ୍ଥା ଗୁରୁତର ଥିବାରୁ କଟକ ସ୍ଥାନାନ୍ତର କରାଯାଇଛି । ଏନେଇ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।