ନୂଆଁଖାଇରେ ହତ୍ୟାକାଣ୍ଡ

 ବରଗଡ : ସବୁଆଡେ ନୂଆଁଖାଇର ଉସôାହ ଲାଗି ରହିଥିବା ବେଳେ ବରଗଡ ଜିଲ୍ଳା ସୋହେଲାରେ ଏକ ହତ୍ୟାକାଣ୍ଡ ଘଟିଯାଇଛି  । ଦିନ ଦିପହରେ ପୂର୍ବ ଶତୃତାକୁ ନେଇ ଜଣେ ଯୁବକ ଟାଙ୍ଗିଆରେ ଏହି ହତ୍ୟାକାଣ୍ଡ ଭିଆଇଥିବା ଚର୍ଚ୍ଚା ହେଉଛି  । ଅପରପକ୍ଷେ ଏହି ଘଟଣାକୁ ନେଇ ସଂପୃକ୍ତ ଅଞ୍ଚଳରେ ଉତ୍ତେଜନା ଲାଗି ରହିବା ସହ ସ୍ଥାନୀୟ ଲୋକେ ଜାତୀୟ ରାଜପଥ ଅବରୋଧ କରିଥିଲେ । ସୂଚନା ଅନୁଯାୟୀ, ସୋହେଲା ହଲଦିପାଲି ସ୍ଥିତ ପେଟ୍ରୋଲ ପମ୍ପରେ ଗର୍ଭଣା ଗ୍ରାମର ବଲିଷ୍ଠ ପ୍ରଧାନ ବସିଥିବା ବେଳେ ସେହି ଗ୍ରାମର ଜଣେ ଯୁବକ ଆସି ତାଙ୍କୁ ପଛପଟୁ ଟାଙ୍ଗିଆରେ ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ବଲିଷ୍ଠ ପ୍ରଧାନଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ତାଙ୍କର ମୃତୁ୍ୟ ଘଟିଥିଲା  । ଅପରପକ୍ଷେ ସଂପୃକ୍ତ ଯୁବକ ଲୋମନ କୁମାର ସାହୁ ଓରଫ ଲିପୁକୁ ସୋହେଲା ପୁଲିସ ଅଟକ ରଖି ତଦନ୍ତ ଜାରି ରଖିଛି ।