ବ୍ୟାସ କବିଙ୍କ ଜୟନ୍ତୀ ପାଳିତ
ବେତନଟୀ : ଓଡିଆ ଭାଷା ଓ ସାହିତ୍ୟର ସୁରକ୍ଷା ଦିଗରେ ନିଜକୁ ଉସôର୍ଗ କରି ଦେଇଥିବା ସେହି କଥା ସମ୍ରାଟ ମହାପୁରୁଷ ସ୍ୱର୍ଗତ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଜନ୍ମ ଜୟନ୍ତୀ ଉସôବ ବେତନଟୀ ସ୍ଥିତ ସରକାରୀ କଳା ବିକାଶ କେନ୍ଦ୍ରରେ ପାଳିତ ହୋଇଯାଇଛି । କଳାବିକାଶ କେନ୍ଦ୍ରର ସଭାପତି ବିଜୟ କୁମାର ଦ୍ୱିବେଦୀ ଏହି ଉସôବରେ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ହରିଶ ଚନ୍ଦ୍ର ନନ୍ଦ ଗୋସ୍ୱାମୀ ଯୋଗ ଦେଇଥିଲେ । ଅନୁଷ୍ଠାନର ସାଧାରଣ ସମ୍ପାଦନ ଡକ୍ଟର ସୁଶୀଲ କୁମାର ଘୋଷ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୟୂର ସାହିତ୍ୟ ସଂସଦ ଅନୁଷ୍ଠାନ ବେତନଟୀର ସାଧାରଣ ସଂପାଦକ ଯତୀନ୍ଦ୍ର କୁମାର ସାହୁ ଅନୁଷ୍ଠାନ ର ବରିଷ୍ଠ ସଦସ୍ୟ ଇଶ୍ୱର ଚନ୍ଦ୍ର ମହାପାତ୍ର କୃଷ୍ଣ ଚନ୍ଦ୍ର ପୁର ଯୁକ୍ତ ଦୁଇ ମହାବିଦ୍ୟାଳୟ ର ଅଧ୍ୟକ୍ଷା ଡକ୍ଟର ମନ୍ଦାକିନୀ ସାହୁ ପୂର୍ବତନ ସଦସ୍ୟ କରୁଣାକର ପତି ହରେନ୍ଦ୍ର ବାରିକ ବାସୁଦେବ ନାପିତ ଙ୍କ ସମେତ ବେତନଟୀ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ଦେବସ୍ମିତା ପ୍ରଧାନ ଯାଜ୍ଞସେନି ମହାନ୍ତ କୋଷାଧ୍ୟକ୍ଷ ପ୍ରମୁଖ ଫକୀର ମୋହନ ସେନାପତିଙ୍କ ଅତୁଳନୀୟ ଅବଦାନ ସଂପର୍କରେ ଆଲୋଚନା କରିଥିଲେ । ମୁଖ୍ୟବକ୍ତା ହରିଶ ଚନ୍ଦ୍ର ନନ୍ଦ ଗୋସ୍ୱାମୀ ଫକୀର ମୋହନ ସେନାପତି ଜୀବନଧର୍ମୀ କାଳଜୟୀ ଉପନ୍ୟାସ ଓ କ୍ଷୁଦ୍ର ଗଳ୍ପ ପାଇଁ ଯେତିକ ଚର୍ଚ୍ଚିତ ତା ଠାରୁ ଅଧିକ କେଉଁଝରର ପ୍ରଜାମେଳିକୁ ଯେପରି ଚତୁରତାର ସହ ଖଣ୍ଡିଏ ଚିଠିରେ ଦମନ କରିପାରି ଥିଲେ ତାହାର ଉଦାହରଣ ବା ବିକଳ୍ପ ଅନ୍ୟ ସାହିତ୍ୟିକ ମାନଙ୍କ ନିକଟରେ ଦେଖାଯାଇ ନ ଥାଏ କ୍ଷ ବାଲ୍ୟକାଳ ରୁ ଅଭାବ ଅନାଟନ ରେ ଜର୍ଜରିତ ହୋଇ ଉଚ୍ଚ ଶିକ୍ଷା ଲାଭ କରି ପାରି ନ ଥିଲେ ବି ନିଜର ଅସାଧାରଣ ଇଚ୍ଛା ଶକ୍ତି କୁ ପ୍ରୟୋଗ କରି ଓଡିଆ ଭାଷା ସାହିତ୍ୟର ସୁରକ୍ଷା ପାଇଁ ବାଲେଶ୍ୱର ରେ ଋଣ କରି କଲିକତାରୁ ପ୍ରେସ କିଣି ଆଣି ବସାଇ ଓଡିଆ ବହି ଛାପି ଇଂରେଜ ସରକାର ଓ ବଙ୍ଗାଳି ମାନଙ୍କ ଷଡଯନ୍ତ୍ରକୁ ପଣ୍ଡ କରିଦେଇଥିଲେ ।