ମୋରମ ଖାଦାନରେ ବୁଡି ୩ ଶିଶୁ ମୃତ

କେନ୍ଦୁଝର:କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ହାଟଡ଼ିହି ବ୍ଲକ ଆତୁରିକଣା ଗାଁରେ  ବେଆଇନ ମୋରମ ଖାଦାନରେ ବୁଡ଼ି ଚାଲିଗଲା ୩ ଶିଶୁଙ୍କ ଜୀବନ । ସ୍ଥାନୀୟ କଳିକା କେନ୍ଦ୍ରରେ ବାପା ମାଆ ପିଲାମାନଙ୍କୁ ଛାଡ଼ି ଯାଇଥିଲେ । ଏହି କେନ୍ଦ୍ରଠାରୁ ମାତ୍ର ୫୦ ମିଟର ଦୂରରେ ଏକ ବେଆଇନ ମୋରମ ଖାଦାନ ରହିଛି । ୩ ନାବାଳିକା ଖଣି ନିକଟକୁ ଶୌଚ ହେବାକୁ ଯାଇଥିବାବେଳେ ପ୍ରାୟ ଦଶ ଫୁଟ ଗଭୀର ପାଣିରେ ବୁଡ଼ିଯାଇଥିଲେ ।  କଳିକା କେନ୍ଦ୍ରର ଅବହେଳାକୁ ପରିବାର ଲୋକେ ଦାୟୀ କରିଛନ୍ତି ।

ଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ ପରେ ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ, ଶିଶୁମଙ୍ଗଳ ଅଧିକାରୀ, ତହସିଲଦାର ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ବେଆଇନ ମୋରମ ଖଣି ଯୋଗୁ ପ୍ରତିବର୍ଷ ବର୍ଷା ଦିନେ ଏଭଳି ଅଘଟଣ ଘଟୁଥିବା ଅଭିଯୋଗ ହୋଇଛି ।