ଦାଦନ ଯନ୍ତ୍ରଣା : କେରଳରୁ ଫେରିଲା ଶ୍ରମିକଙ୍କ ମୃତ ଦେହ 

 ବାଲିଅନ୍ତା:  ବାଲିଅନ୍ତା ଥାନା ବାଳକାଟି ଫାଣ୍ଡି ଭାର୍ଗବୀ ନଦୀରେ ଅଘଟଣ ଘଟିଛି  । ଆଜି ଅପରାହ୍ନରେ ବୁଡ଼ିଯାଇ ୨ ଯୁବକଙ୍କ ମୃତୁ୍ୟ ହୋଇଥିବା ଜଣାପଡିଛି  । ମୃତ ଯୁବକ ହେଲେ ପୁରୀ ଥାନା ନୀଳଚକ୍ର ରୋଡ଼ର ଆଶିଷ ବେହେରା (୨୪) ଏବଂ ଢେଙ୍କାନାଳ ଜିଲ୍ଲା ନିହାଲପ୍ରସାଦ ଥାନା ଅଞ୍ଚଳର ହରିହର ମହାଲିକଙ୍କ ପୁଅ ଟୁଲୁ ଓରଫ ପ୍ରାଣବନ୍ଧୁ ମହାଲିକ(୩୦)  । ଆଶିଷ ଏକ ଘରୋଇ କମ୍ପାନୀରେ ଚାକିରୀ କରିଥିବା ବେଳେ ଟୁଲୁ  ଅଟୋ ଚାଳକ ଭାବେ ଜୀବିକା ନିର୍ବାହ କରିଥାଏ  । ଉଭୟ ବଡ଼ଗଡ଼ ଥାନା ପୋଡାସାହିରେ ରୁହନ୍ତି  । ଆଶିଷ, ଟୁଲୁ ଏକ ମୋଟର ସାଇକେଲ ଯୋଗେ ଭୁବନେଶ୍ୱର ବଡ଼ଗଡ଼ ଅଞ୍ଚଳରୁ ଗାଧୋଇବା ପାଇଁ ଭାର୍ଗବୀ ନଦୀକୁ ଆସିଥିଲେ  । ମଧ୍ୟାହ୍ନ ପ୍ରାୟ ସାଢେ ୧ ଟାରେ ସାଇଫୋନ ନିକଟରେ ଗାଧୋଉଥିବା ବେଳେ ସେଠାରେ ଅଧିକ ପାଣିଥିବାରୁ ସ୍ଥାନୀୟ ଲୋକ ସେମାନଙ୍କୁ ବାରଣ କରିଥିଲେ  । ମାତ୍ର ସେମାନେ ସେଠାରୁ ଉଠି ସାଇଫୋନର ଅପରପାର୍ଶ୍ୱକୁ ଗାଧୋଇବାକୁ ଆସିଥିଲେ  । ସେଠାରେ ମଧ୍ୟ ନଗାଧୋଇବାକୁ ଲୋକେ ବାରଣ କରିଥିଲେ  । ମାତ୍ର ସେମାନେ ତାଙ୍କ କଥା ଶୁଣିନଥିଲେ  । ଅପରାହ୍ନ ପ୍ରାୟ ୫ ଟାରେ ପ୍ରଥମେ ଆଶିଷ ନଦୀ ଭିତରକୁ ଯାଇଥିଲେ  । ଆଶିଷ ପହଁରା ଜାଣିନଥିବାରୁ ସେ ବୁଡି ଯାଉଥିବା ବେଳେ ଟୁଲୁ ତାଙ୍କୁ ଉଦ୍ଧାର କରିବା ପାଇଁ ପାଣି ଭିତରକୁ ପଶିଥିଲା  । ମାତ୍ର ଦୁହେଁ ପାଣି ଭିତରେ ବୁଡି ଯାଇଥିଲେ  । ଖବରପାଇ କଳ୍ପନା ଅଗ୍ନିଶମ ବାହିନୀ ଓ ବାଲିଅନ୍ତା ଥାନା ଅଧିକାରୀ ଅନିଲ କୁମାର ପରିଡା, ବାଳକାଟି ଫାଣ୍ଡି ଅଧିକାରୀ ରମାନନ୍ଦ ସାହୁ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କରିଥିଲେ  । ପରେ ପୁଲିସ ଏକ ଅପମୃତୁ୍ୟ ମାମଲା ରୁଜୁ କରି ୨ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ରାଜଧାନୀ ଚିକିସôାଳୟରେ ଭର୍ତ୍ତି କରିଥିଲେ  । ଆସନ୍ତାକାଲି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି  ।