ମେସ୍‌ ବାଥ୍‌ରୁମରୁ ଯୁକ୍ତ-୩ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ମେସ୍‌ ବାଥ୍‌ରୁମରୁ  ଯୁକ୍ତ-୩ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭଦ୍ରକ : ଭଦ୍ରକ ସ୍ବୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ-୩ ପ୍ରଥମ ବର୍ଷରେ ପଢୁଥିବା ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ମଙ୍ଗଳବାର ଏକ ଘରୋଇ ମେସ୍‌ର ବାଥ୍‌ରୁମରୁ ଉଦ୍ଧାର ହୋଇଛି। ବାସୁଦେବପୁର ଅଞ୍ଚଳର ଏହି ଛାତ୍ରୀ ରାକ୍ଷୀ ପାଇଁ ଘରକୁ ଯାଇ ଗତକାଲି ଭଦ୍ରକ ଫେରିଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ସୂଚନା ପାଇ ଟାଉନ୍ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତଦେହକୁ ଉଦ୍ଧାର କରାଯାଇ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ମୃତ୍ୟୁର କାରଣ ସମ୍ପର୍କରେ ଏପର୍ଯ୍ୟନ୍ତ ସ୍ପଷ୍ଟ ତଥ୍ୟ ମିଳିନାହିଁ।