ପଦ୍ମ ପୁରସ୍କାର ବିଜେତାଙ୍କୁ ମିଳିବ ମାସକୁ ୩୦ ହଜାର

ଭୁବନେଶ୍ୱର :  ରାଜ୍ୟ ସରକାର ଗୁରୁବାର ପଦ୍ମ ବିଜେତାଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ପଦ୍ମ ପୁରସ୍କାର ବିଜେତାଙ୍କୁ ରାଜ୍ୟ ସରକାର ମାସିକ ୩୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିବେ। ସୋମବାର ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ବଜେଟ ଉପସ୍ଥାପନ କରାଯାଇଛି। ତେବେ ଚଳିତ ବର୍ଷ ବଜେଟରେ ଓଡ଼ିଆ ଅସ୍ମିତାକୁ ସ୍ଥାନ ଦିଆଯାଇଛି। ଆଗାମୀ ଆର୍ଥିକ ବର୍ଷ ପାଇଁ ସରକାର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପାଇଁ ୪୮୨ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି । ସଂସ୍କୃତି ନିର୍ଦ୍ଦେଶାଳୟ ପକ୍ଷରୁ ସାଂସ୍‌ୃତିକ କାର୍ଯ୍ୟକମ୍ର ପାଇଁ ୫୦ କୋଟି ବ୍ୟୟବରାଦ କରାଯାଇଛି। ସେହିପରି ସ୍ମାରକୀଗୁଡିକର ସଂରକ୍ଷଣ ଓ ସୁରକ୍ଷା ପାଇଁ ୧୫ କୋଟି ବ୍ୟୟବରାଦ କରାଯାଇଛି। ପୂର୍ବରୁ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଏନେଇ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଚଳିତ ଜାନୁଆରୀ ମାସରୁ ଏହି ସହାୟତା ରାଶି ପ୍ରଦାନ କରାଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଯୋଗ୍ୟ, ମୁଖ୍ୟମନ୍ତ୍ରୀ ମୋହନ ଚରଣ