ଏସସିଓଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର 


ଏସ୍‌ସିଓ ସୁରେଶ ମଲ୍ଲିକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଯାଜପୁର ଜିଲ୍ଲା ମୃତ୍ତିକା ସଂରକ୍ଷଣ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିସର ଥିବା ଏକ ଗଛରୁ SCOଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି।  ସୂଚନା ଅନୁସାରେ ବରୀ ବ୍ଲକ୍‌ ଦାୟିତ୍ୱରେ ଥିଲେ ସୁରେଶ ମଲ୍ଲିକ୍‌ । ତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ଅହମ୍ମଦ ପୁର ଅଞ୍ଚଳରେ। ଆଜି ସକାଳେ ସୁରେଶ ମୃତ୍ତିକା ସଂରକ୍ଷଣ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଥିବା ଏକ ଗଛରେ ଝୁଲୁଥିବା ୱାଚ୍ ମ୍ୟାନ ଦେଖିଥିଲେ।  ଏନେଇ ପୁଲିସକୁ ଖବର ଦେଇଥିଲେ। ସୁରେଶଙ୍କ ମୃତ୍ୟୁର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ ।  ସୁରେଶ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ତାହା ଜଣାପଡ଼ିନାହିଁ।।