ମାଟ୍ରିକ୍ ପାସ ପରୀକ୍ଷାର୍ଥୀଙ୍କୁ ମନ୍ତ୍ରୀଙ୍କ ଶୁଭେଚ୍ଛା
ଭୁବନେଶ୍ୱର : ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଜି ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି । ମାଟ୍ରିକରେ ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର ସଫଳ ଏବଂ ଉଜ୍ଜ୍ୱଳ ଭବିଷ୍ୟତର କାମନା କରିଛନ୍ତି । ଏକ ବାର୍ତ୍ତାରେ ମନ୍ତ୍ରୀ ସୂରଜ କହିଛନ୍ତି ଯେ, ମାଟ୍ରିକ ପରୀକ୍ଷାକୁ ଛାତ୍ରଛାତ୍ରୀଙ୍କ କ୍ୟାରିୟର୍ର ପ୍ରଥମ ସୋପାନ ବୋଲି ବିବେଚନା କରାଯାଇଥାଏ । ଆଜି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ମାଟ୍ରିକ ପରୀକ୍ଷାରେ ସଫଳତା ଅର୍ଜନ କରିଥିବା ସମସ୍ତ ବିଦ୍ୟାର୍ଥୀଙ୍କୁ ମୁଁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି । କଠିନ ପରିଶ୍ରମ ଏବଂ ଅଧ୍ୟବସାୟ ହିଁ ସଫଳତାର ଚାବିକାଠି ବୋଲି ମନ୍ତ୍ରୀ କହିଛନ୍ତି । ଆଜି ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ ବିଦ୍ୟାର୍ଥୀମାନେ ଆଗାମୀ ଦିନରେ ମଧ୍ୟ ନିଜର ପରିଶ୍ରମ ଜାରି ରଖିବେ ଏବଂ ଉଚ୍ଚଶିକ୍ଷା ଲାଭ କରି ନିଜ ପାଇଁ ଏକ ସ୍ୱର୍ଣ୍ଣିମ ଭବିଷ୍ୟତର ନିର୍ମାଣ କରିବେ ବୋଲି ମୁଁ ଆଶା କରୁଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ।