ଆକାଶଛୁଆଁ ପରିବା ଦର
ବଢିବାରେ ଲାଗିଛି ପରିବା ଦର । ଖରା ତାତି ପରି ହୁ ହୁ ବଢିଲାଣି ପନିପରିବାର ଦାମ୍ । ଅନେକ ପରିବା ର ମୂଲ୍ୟ ଶହେରୁ ଉଦ୍ଧ୍ୱର୍ରେ ପହଁଞ୍ଚିଛି । ବାଇଗଣ,ପୋଟଳ ଓ ବିନ୍ସ ଭଳି ପରିବାରେ ହାତ ମାରିବା ଅସହ୍ୟ ହେଲାଣି । ଟମାଟୋ ଓ ଭେଣ୍ଡିର ମୂଲ୍ୟ ଖୁବ୍ ବେଶୀ ରହିଛି । ସେହିପରି ଏଭଳି ଦରଦାମ୍ ବୃଦ୍ଧିକୁ ନେଇ ଗ୍ରାହକଙ୍କ ମଧ୍ୟରେ ବି ଅସନ୍ତୋଷ ବୃଦ୍ଧି ପାଇଲାଣି ।