ଚିକିଟି ମଦ ଘଟଣାରେ ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ

ଭୁବନେଶ୍ୱର: ଚିକିଟି ମଦ ମୃତୁ୍ୟକୁ ନେଇ ଏବେ ବିଧାନସଭା ଉଠୁଛୁ ପଡ଼ୁଛି । ଏହାରି ଭିତରେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଜି ଏବାବଦରେ ଗୃହରେ ଉତ୍ତର ରଖିଛନ୍ତି । ସେ କହିଛନ୍ତି ଯେ ଗଞ୍ଜାମ ଜିଲ୍ଲାରେ ୫୦୦ ଲିଟର ପୋଚ ନଷ୍ଟ କରାଯାଇଛି । ୬ ଜଣଙ୍କୁ ଗିରଫ କରାଯାଇଥିବାବେଳେ ୨ ଜଣଙ୍କୁ ଅଟକ ରଖାଯାଇଛି । ୩ ଜଣ ଅବକାରୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ମଦ ସାମ୍ପଲ ଓ ମୃତକଙ୍କ ଭିସେରା ଫୋରେନସିକ ଲ୍ୟାବକୁ ପଠାଯାଇଛି । ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।