ଗୋଟିଏ ହୁଇସିଲ୍‌ରେ ବିଜେଡ଼ି ଭାଙ୍ଗିଯିବ : ଜୟ ନାରାୟଣ

jay narayan mishra

ଗୋଟିଏ ହୁଇସିଲ୍‌ରେ ବିଜେଡ଼ି ଭାଙ୍ଗିଯିବ : ଜୟ ନାରାୟଣ

ଭୁବନେଶ୍ୱର : ବିଜେଡ଼ିକୁ ଆଜି କଟାକ୍ଷ କରିଛନ୍ତି ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର  । ସିଧାସିଧା କହିଛନ୍ତି, ଗୋଟିଏ ହୁଇସିଲ୍‌ରେ ବିଜେଡ଼ି ଭାଙ୍ଗିଯିବ  । ବିଜେଡ଼ି ନେତାମାନେ ବାହାସ୍ଫୋଟ ଛାଡ଼ି ଆଗ ନିଜ ଘର ସଜାଡ଼ନ୍ତୁ ବୋଲି ଜୟ ନାରାୟଣ କହିଛନ୍ତି  । ପ୍ରମିଳା ମଲ୍ଲିକଙ୍କ ମନ୍ତବ୍ୟର ଜବାବରେ ଜୟ ନାରାୟଣ ଏମିତି କହିଛନ୍ତି  । ନିକଟରେ ପ୍ରମିଳା କହିଥିଲେଯେ, ଆଜି ଯଦି ନିର୍ବାଚନ ହେବ ତାହେଲେ ବିଜେଡ଼ି ୧୪୦ ଆସନରେ ଜିତିଯିବ  । ଏନେଇ ଜୟ ନାରାୟଣ କହିଛନ୍ତିଯେ, ୧୪୦ କଥା ଦୂରେ ଥାଉ ଆଗ ୪୦ ବିଧାୟକ ଜିତାଇକି ଦେଖନ୍ତୁ  । ବିଜେଡ଼ିରେ ଗୋଷ୍ଠୀକନ୍ଦଳ ଚାଲିଛି  । ଜିଲ୍ଲାସ୍ତରରେ ବିବାଦ ବଢୁଛି  । ତାଙ୍କର ଦୁଇ ରାଜ୍ୟସଭା ସାଂସଦ ବି ଦଳ ଛାଡ଼ି ବିଜେପିକୁ ଚାଲି ଆସିଲେଣି  । ଗତ କିଛିଦିନ ଧରି ବିଜେଡ଼ି ଓ ବିଜେପି ନେତାଙ୍କ ମଧ୍ୟରେ କଥା କଟିକଟି ଜୋରଧରିଛି  ।