ଗାଡି ଧକ୍କାରେ ଜଣେ ମୃତ

 ପାପଡାହାଣ୍ଡି : ନବରଙ୍ଗପୁର ଜିଲ୍ଲା ମୈଦଲପୁର ଥାନା ପିତାରିଗୁଡାରୁ  ରଣ୍ଡାଗୁଡାକୁ  ଯାଇଥିବା ରାସ୍ତା ପାର୍ଶ୍ୱ ଜମିରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଯୁବକର ମୃତ ହୋଇଛି  । ଯୁବକ ଜଣକ ପାପଡାହାଣ୍ଡି ବ୍ଲକ ସେମଳା ପଞ୍ଚାୟତ ପାଇକ କୋତ୍ରା ଗ୍ରାମର ମନବଧ ପୂଜାରୀ ବୋଲି ଜଣାପଡ଼ିଛି । ସୂଚନା ପ୍ରକାରେ ଗତ ଗୁରୁବାର ସନ୍ଧ୍ୟା ସମୟରେ କୁଚା ଗ୍ରାମର ଏକ ସମ୍ପର୍କୀୟଙ୍କ ବାହା ଘରେ ଏକ ବାଇକ ଯୋଗେ  ଯାଇଥିଲେ  । ରାତି ପ୍ରାୟ ୮ ଘଣ୍ଟା ସମୟରେ ଗାଁକୁ ଫେରିବା ବେଳେ  ଏକ ଅଜଣା ଗାଡି ଧକ୍କା ଦେଇ ଚାଲିଯାଇଥିଲା ଫଳରେ ବାଇକ ସହ ଜମି ତଳକୁ ଛିଟିକି ପଡ଼ିଥିଲେ  । ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ଘଟଣା ସ୍ଥଳରେ ମନବୋଧଙ୍କ ମୃତ ହୋଇଥିଲା  । ଏନେଇ ମୃତ ଯୁବକଙ୍କ ଭାଇ ଧନସିଂ ପୂଜାରୀ ମୈଦଲପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି  । ଅଭିଯୋଗ ପାଇଲା ପରେ ମୈଦଲପୁର ଥାନା ଏଏସଆଇ କମଲଲଚନ ନାୟକ ଘଟଣା ସ୍ଥଳରେ ପହଞ୍ଚି ଶବ ଓ ବାଇକ ଜବତ  କରି ଏକ ମାମଲା ରୁଜୁ କରି  ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି  ।