ନୂତନ ଆଇନ ସମ୍ପର୍କିତ ସଚେତନତା
ଢ଼େଙ୍କାନାଳ/ଓଡାପଡା : ସଦର ଥାନା ପକ୍ଷରୁ ନୂତନ ଅପରାଧିକ ନିୟମ ସମ୍ପର୍କରେ ଏକ ସଚେତନତା ଶିବିର ଥାନା ପରିସରରେ ନୂତନ ଭାବେ ଯୋଗଦେଇଥିବା ଏସଡିପିଓ ରମେଶ କୁମାର ଡୋରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସଦର ଥାନା ଦାୟିତ୍ୱରେ ଥିବା ଅତିରିକ୍ତ ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ରାଉତ ଓ ଥାନାର ସମସ୍ତ ଅଫିସର ଏଥିରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ସଦର ଅଂଚଳର ବିଭିନ ଗ୍ରାମର ବହୁ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ଥିଲେ । ଏସଡିପିଓ ଡୋରା ଅପରାଧର ନୂଆ ନିୟମ ବିଷୟରେ ଉପସ୍ଥିତ ଜନତାଙ୍କୁ ଅବଗତ କରାଇଥିଲେ । ଭାରତୀୟ ନ୍ୟାୟ ସଂହିତାରେ ପ୍ରଣୟନ ନିୟମ ଏବେ ସଂଶୋଧନ କରାଯାଇ ଭାରତୀୟ ନାଗରିକ ସୁରକ୍ଷା ସଂହିତାରେ ପ୍ରଣୟନ କରାଯାଇଥିବା ନୂତନ ନିୟମ ସମ୍ପର୍କରେ ବିଷଦ ଆଲୋକପାତ କରିଥିଲେ । ନୂତନ ଭାବେ ଯୋଗଦେଇଥିବା ଏସଡିପିଓ ଶ୍ରୀଯୁକ୍ତ ଡୋରାଙ୍କ ସହ ସଦର ଥାନା ସମସ୍ୟା ବାବଦରେ ଆଲୋଚନା କରିଥିଲେ । ଆଗାମୀ ଦିନରେ ସମସ୍ତ ସମସ୍ୟାର ସମାଧାନ କରାଯିବ ବୋଲି ଆଶ୍ୱାସନା ଦେଇଥିଲେ ।