ଭୁବନେଶ୍ୱର ପ୍ରଧାନ ନୂଆ କଂସ
dhanu jatra

ଭୁବନେଶ୍ୱର : ଭୁବନେଶ୍ୱର ପ୍ରଧାନ ହେବେ ବରଗଡ଼ ଧନୁଯାତ୍ରାର ନୂଆ କଂସ । ପୂର୍ବରୁ ହୋଇଥିବା କଂସ ପ୍ରତିଯୋଗିତାରେ ହୃଷିକେଶ ଭୋଇ ବିଜୟୀ ହୋଇଥିଲେ । ତେବେ ଲାଞ୍ଚ ନେଇ ହୃଷିକେଶ ଧରା ପଡ଼ିବା ପରେ ତାଙ୍କୁ ଆଉ କଂସ ହେବାର ସୁଯୋଗ ଦିଆ ଯାଇନଥିଲା । ଫଳରେ ପୂର୍ବରୁ ହୋଇଥିବା ପ୍ରତିଯୋଗିତାରେ ଦ୍ୱିତୀୟରୁ ପଞ୍ଚମ ସ୍ଥାନରେ ଥିବା ପ୍ରତିଯୋଗୀଙ୍କୁ ନେଇ ପୁଣିଥରେ ଚୟନ କରାଯାଇଥିଲା । ୩ ପ୍ରତିଯୋଗୀଙ୍କୁ ପଛରେ ପକାଇ ଭୁବନେଶ୍ୱରଙ୍କ ନାମ ଉପରେ ମୋହର ଲାଗିଛି ।