ନିଆରା ପରମ୍ପରା,ମୁକ୍ତାକାଶ ଧନୁଯାତ୍ରା ମହୋତ୍ସବ

ଜଟଣୀ: ଜଟଣୀ ପାତ୍ରପଡା ସ୍ଥିତ ଜଗନ୍ନାଥପୁର ଶ୍ରୀ ଶ୍ରୀ ମଦନ ମୋହନ ନାଟ୍ୟକଳା ସଂସଦ ପକ୍ଷରୁ ବଛା ବଛା କଳାକାର ମାନଙ୍କୁ ନେଇ ଆଜକୁ ୩୪ ବର୍ଷ ଧରି ଏହି ଅଞ୍ଚଳରେ ଆକର୍ଷଣୀୟ ପରମ୍ପରା ଭାବେ ଖ୍ୟାତି ଓ ପ୍ରତିଷ୍ଠା ଲାଭ କରିଥିବା ଶ୍ରୀ କୃଷ୍ଣଲୀଳା ଅନୁଷ୍ଠିତ ହୋଇଆସୁଅଛି । ବିଗତ ୫ ବର୍ଷ ତଳେ ଏହି କୃଷ୍ଣ ଲୀଳାର ରୌପ୍ୟ ଜୟନ୍ତୀ ଅବସରରେ ଏହି ପରମ୍ପରାର କଳେବରକୁ ବୃଦ୍ଧି କରାଯାଇ ଧନୁଯାତ୍ରା ମହୋତ୍ସବ ଭାବେ ପାଳିତ ହୋଇ ଆସୁଛି । ତେବେ ବିଗତ କିଛି ବର୍ଷ ହେବ ଦୈବୀ ଦୁର୍ବିପାକ ବାତ୍ୟା, କରୋନା ମହାମାରୀ କଟକଣା ପାଇଁ ଏହି ମହୋତ୍ସବ ସ୍ଥଗିତ ରଖାଯାଇଥିଲା କ୍ଷ ହେଲେ ଚଳିତ ବର୍ଷ ପୂର୍ବ ଓଡ଼ିଶାର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ ଧନୁଯାତ୍ରା ମହୋତ୍ସବ ଉଦଘାଟିତ ହୋଇଯାଇଛି । ଚଳିତ ମାସ ୧୭ ତାରିଖ  ପର୍ଯ୍ୟନ୍ତ ୭ ଦିନ ବ୍ୟାପୀ ମଥୁରା ନରେଶଙ୍କ ସାମ୍ରାଜ୍ୟରେ ସମାଜର ସବୁ ବର୍ଗର ଲୋକେ ପାଲଟିବେ ଜଣେ ଜଣେ ପ୍ରଜା ଆଉ ଏଠାରେ ·ଲିବ କଂସଙ୍କ ରାଜୁତି । ବିର୍ସ୍ତିଣ୍ଣ ଜମିରେ ଅନୁଷ୍ଠିତ ହେଉଥିବା ଏହି ମେଳାରେ ମନୋରଞ୍ଜନ ନିମିତ୍ତ କଳାହାଣ୍ଡି ଜିଲ୍ଲାର ଘୁମୁରା ନାଚ, ବାରିପଦା ଛଉ ନୃତ୍ୟ, ଗଞ୍ଜାମ ପଶୁ ନୃତ୍ୟ, ଧାନ କୋଇଲା ନୃତ୍ୟ, ଗୋଟିପୁଅ ନୃତ୍ୟ, ସୁନ୍ଦରଗଡ଼ ଜିଲ୍ଲାର ଡାଲଖାଇ ରସରକେଲି, ଜଗତସିଂହପୁରର ଘଣ୍ଟ ପଟୁଆ, ଖୋର୍ଦ୍ଧା ଜିଲ୍ଲାର ପାଇକ ଆଖଡା ସାଙ୍ଗକୁ ସର୍କସ, ମୀନା ବଜାର ଓ ବିଭିନ୍ନ ଚଟ୍ ପଟି ଖାଦ୍ୟର ଷ୍ଟଲ୍ର ବ୍ୟବସ୍ଥା କରାଯାଇଛି । ପ୍ରଥମ ଦିବସରେ ମହାରାଜ ଉଗ୍ରସେନ ମନ୍ତ୍ରୀ ପରିଷଦଙ୍କ ସହିତ ଶ୍ରୀ ଶ୍ରୀ ମଦନ ମୋହନଙ୍କ ଆର୍ଶିବାଦ ଭିକ୍ଷା ପାଇଁ ମନ୍ଦିରକୁ ଯାଇ ସେଠାରୁ ପାରମ୍ପରିକ ଶୋଭାଯାତ୍ରାରେ ବାହାରି ରାଜଦରବାରକୁ ଆସିଥିଲେ ।  ଏହି ଶୋଭାଯାତ୍ରାରେ ମହୋତ୍ସବ କମିଟିର ସମ୍ପାଦକ ଅଶୋକ କୁମାର ମଙ୍ଗରାଜ, ସଭାପତି ମନମୋହନ ରାଉତରାୟ, ସହ ସମ୍ପାଦକ ଜୟନ୍ତ ପଲେଇ, କୋଷାଧକ୍ଷ କେଳୁଚରଣ ସାହୁ, ଉପସଭାପତି ଅଭିମନ୍ୟୁ ପ୍ରଧାନ, ଲଲାଟେନ୍ଦୁ ବେବର୍ତା, ବାଇନ ପ୍ରଧାନ, ପ୍ରମୋଦ କୁମାର ଦାସ, ମନୋଜ ସାହୁ, ଲକ୍ଷ୍ମୀଧର ବିଶ୍ୱାଳ ପ୍ରମୁଖ ସାମିଲ ହୋଇଥିଲେ । ଏହି ମହୋତ୍ସବରେ ମୁଖ୍ୟ ଅତିଥିଭାବେ ଭୁବନେଶ୍ୱର ଲୋକସଭା ସାଂସଦ ପ୍ରାର୍ଥୀ ୟାଶିର ନୱାଜ, ଡେଲାଙ୍ଗ ବ୍ଲକ୍ ଅଧ୍ୟକ୍ଷା ବାସନ୍ତୀ ସାହୁ, ଉପାଧ୍ୟକ୍ଷ ଦୁର୍ବାସା ନିଶଙ୍କ, ବିଶିଷ୍ଟ ଶିଳ୍ପପତି ଦେବେନ୍ଦ୍ର ନାଥ ସାହୁ ଓ ସମାଜସେବୀ, ପିପିଲି ଜାଗୃତି ପଣ୍ଡା ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ମହୋତ୍ସବକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସମ୍ରାଟ୍ ଉଗ୍ରସେନ ମନ୍ତ୍ରୀ ଅକୃରଙ୍କ ଉପସ୍ଥିତିରେ ରାଜକନ୍ୟା ଦେବକୀଙ୍କ ବିବାହ ବାସୁଦେବଙ୍କ ସହ ସମ୍ପନ୍ନ କରିଥିବା ବେଳେ ଯୁବରାଜ କଂସ ଭଉଣୀ ଦେବକୀଙ୍କୁ ଛାଡ଼ିବାକୁ ଯାଉଥିବା ବେଳେ ଆକାଶବାଣୀ ହୋଇଛି କଂସଙ୍କ ମୃତ୍ୟୁର କାରଣ ଦେବକୀଙ୍କ ଅଷ୍ଟମ ଗର୍ଭର ସନ୍ତାନ । ଏହି ଦୈବବାଣୀ ଶୁଣି କଂସ ନିଜ ପିତା ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ନିଜେ ମଥୁରା ସିଂହାସନ ଆରୋହଣ କରିଛନ୍ତି । ମହୋତ୍ସବର ପ୍ରଥମ ଦିନରେ ଉପଭୋଗ କରିବା ପାଇଁ ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ହଜାର ହଜାର ସଂଖ୍ୟାରେ ଜନସାଧାରଣଙ୍କ ସମାଗମ ହୋଇଥିଲା । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନେ୍ଦାବସ୍ତ କରାଯାଇଥିଲା ।