ପ୍ରତିମାଙ୍କ ନାମାଙ୍କନ ଚର୍ଚ୍ଚାରେ ପୌରାଧ୍ୟକ୍ଷା
ଜଗତସିଂହପୁର: ଜଗତସିଂହପୁର ବିଧାନସଭା ଆସନରୁ ଭାରତୀୟ ଜାତୀୟ କଂଗ୍ରେସ ବିଧାୟକ ପ୍ରାର୍ଥିନୀ ପ୍ରତିମା ମଲ୍ଲିକ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ନାମାଙ୍କନ ପତ୍ର ଦାଖଲ ରାଲିରେ ପ୍ରତିମା ମଲ୍ଲିକଙ୍କ ସହିତ ପୌରପାଳିକା ଅଧକ୍ଷା ଅର୍ଚ୍ଚନା ସିଂହଙ୍କ ଉପସ୍ଥିତ ନେଇ ଜÿିଲ୍ଲାସାରା ଚର୍ଚ୍ଚା ·ଲିଥିବା ଶୁଣିବାକୁ ମିଳିଥିଲା । ଦଳ ତାହାର ଅସ୍ତିତ୍ୱକୁ ବଜାୟ ରଖିବାକୁ ପ୍ରଚେଷ୍ଟା ଜାରି ରଖିଥିବାବେଳେ ଜଗତସିଂହପୁର କଂଗ୍ରେସ କର୍ମୀଙ୍କ ପକ୍ଷରୁ ଆୟୋଜିତ ବିଧାୟକ ପ୍ରାର୍ଥୀନୀ ଶ୍ରୀମତୀ ମଲ୍ଲିକଙ୍କ ରାଲି କୌଣସି ଗୁଣରେ କମ ନଥିଲା । ଜଗତସିଂହପୁର ଜÿିଲ୍ଲାର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ଶଙ୍ଖ ଦଳକୁ ଯିବାପରେ ବି କର୍ମୀଙ୍କ ମଧ୍ୟରେ ଉତ୍ସାହ କମିନଥିବା ଦେଖିବାକୁ ମିଳିଥିଲା । ସବୁଠାରୁ ବଡ଼ ଚର୍ଚ୍ଚା ହେଉଛି ଯେ ପୌରପାଳିକା ଅଧକ୍ଷା ଶ୍ରୀମତୀ ସିଂହଙ୍କ ସ୍ୱାମୀ ଦିଲ୍ଲୀପ ବିଜେଡିକୁ ଯିବାପରେ ମଧ୍ୟ୍ୟ ଅର୍ଚନା ସିଂହ କଂଗ୍ରେସ ଛାଡ଼ିନାହାନ୍ତି । ଯାହାକୁ ନେଇ ଜଗତସିଂହପୁର ବିଜେଡି ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ·ଲିଛି ଟୁପୁରୁ ଟାପୁର । ଦୁଇ ଦମ୍ପତ୍ତିଙ୍କ ଏଭଳି ଅଭିନୟ ସାରା ଜÿିଲ୍ଲାରେ ଦ୍ୱନ୍ଦ୍ୱ ସୃଷ୍ଟି କରିଛି ।