ମନ୍ଦିର ନିର୍ମାଣରେ ଆର୍ଥିକ ଚଞ୍ଚକତା ଅଭିଯୋଗ


 ବୋଲଗଡ଼,: ଠାକୁରାଣୀ ମନ୍ଦିର ନିର୍ମାଣରେ ଆର୍ଥିକ ଚଞ୍ଚକତା ଅଭିଯୋଗ ହୋଇଛି । ଦଳାଇସାହି ଗ୍ରାମପଞ୍ଚାୟତ କୁମୁଟିସାହି ମୌଜା ଅନ୍ତର୍ଗତ ହରିଶଚନ୍ଦ୍ରପ୍ରସାଦ ଗାଁରେ ଏକ ଠାକୁରାଣୀ ମନ୍ଦିର ନିର୍ମାଣ ପାଇଁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପବିତ୍ର କୁମାର ସ୍ୱାଇଁଙ୍କ ନାମରେ ଏକ ଲକ୍ଷ ଟଙ୍କାର କାର୍ଯ୍ୟାଦେଶ ଆସିଥିଲା । ଗ୍ରାମ୍ୟ କମିଟି ଘର ପିଛା ·ନ୍ଦା ଆଦାୟ କରି ସର୍ବମୋଟ ତିନି ଲକ୍ଷ ଟଙ୍କାରେ ମନ୍ଦିର କାର୍ଯ୍ୟ ସମ୍ପୂର୍ଣ୍ଣ କରିଅଛନ୍ତି ।  ମାତ୍ର ଦୁଃଖ ଓ ପରିତାପର ବିଷୟ ପଞ୍ଚାୟତର  ସରପଞ୍ଚ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ କନିଷ୍ଠ ଯନ୍ତ୍ରୀଙ୍କ ମଧୁ ଚନ୍ଦ୍ରିକାରେ ଏ ପର୍ଯ୍ୟନ୍ତ ଗୋଟିଏ ଟଙ୍କା ମଞ୍ଜୁରୀ ହୋଇନାହିଁ । ସରପଞ୍ଚ ସତ୍ୟଭାମା ଦେଈଙ୍କୁ ବାରମ୍ବାର ଅଭିଯୋଗ କଲେ ସେ କର୍ଣ୍ଣପାତ କରୁନାହାଁନ୍ତି । କନିଷ୍ଠ ଯନ୍ତ୍ରୀଙ୍କୁ ବିଲ ବିଷୟରେ ପ୍ରଶ୍ନ କଲେ, ସେ କୌଣସି ସଠିକ ଉତ୍ତର ଦେଉନାହାଁନ୍ତି । ଗ୍ରାମ୍ୟ କମିଟି ସଭାପତି ମାଟିଆ ବେହେରା, ସମ୍ପାଦକ ସନ୍ତୋଷ ଜେନା, ଉପଦେଷ୍ଟା ସୁରେଶ ଜେନା ଏହାର ସଠିକ ତଦନ୍ତ ନିମନ୍ତେ ବୋଲଗଡ଼ ଗୋଷ୍ଠୀ ଉର୍ନ୍ନୟନ ଅଧିକାରୀଙ୍କ ନିକଟରେ ଶତାଧିକ ଗ୍ରାମବାସୀଙ୍କୁ ନେଇ  ଅଭିଯୋଗ ଦାଖଲ କରିଛନ୍ତି ।  ବିଡ଼ିଓ ଏ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।