ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ଉତ୍ସାହର ସହ ଭୋଟ୍ ଦେଲେ ମତଦାତା

ମାଲକାନଗିରି: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ସୋମବାର ଅନୁଷ୍ଠିତ ହୋଇଥିଲା । ମାଲକାନଗିରି ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳୀରେ ମଧ୍ୟ ମତଦାତାମାନେ ଉତ୍ସାହର ସହ ମତଦାନ କରିଥିବା ଦେଖିବାକୁ ମିଳିଥିଲା । ସୋମବାର ଜିଲ୍ଲାର ମୋଟ ୫୪୭ଟି ମତଦାନ କେନ୍ଦ୍ରରେ ସକାଳୁ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା । ମତଦାନ ପାଇଁ ଲୋକଙ୍କ ଲମ୍ବା ଲାଇନ ଓ ପ୍ରବଳ ଉତ୍ସାହ ଗଣତନ୍ତ୍ରର ଏହି ମହାନ ପର୍ବର ସାମିଲ ହୋଇଥିଲେ । ତେବେ ମାଲକାନଗିରି ଜିଲ୍ଲା ଏକ ମାଓ ଉପଦ୍ରବ ଜିଲ୍ଲା ଭାବେ ପୂର୍ବରୁ ପରିଗଣିତ ହେଉଥିବା ବେଳେ ବର୍ତ୍ତମାନ ସ୍ଥିତିରେ ଅନେକ ସୁଧାର ଆସିବା ସହ ମାଓମୁକ୍ତ ହେଉଥିବାରୁ ଜିଲ୍ଲାର ଅନେକ ଆଭ୍ୟନ୍ତରିଣ ଅଞ୍ଚଳରେ ବୀନା ଭୟ ମନ ଖୋଲି ଭୋଟ ଦେବାକୁ ଲୋକେ ଆଗଭର ହୋଇଥିଲେ । ଏହାସହ ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ଥିବା ଅନେକ ଗ୍ରାମରେ ଲୋକେ ପ୍ରଥମ ଥର ପାଇଁ ଇଭିଏମ ମେସିନ ଦ୍ୱାରା ମତଦାନ କରିଥିବା ବେଳେ ଅନେକ ମତଦାତା ପ୍ରଥମ ଥର ପାଇଁ ନିଜ ଗ୍ରାମରେ ହିଁ ମତଦାନ କରିବାର ସୁଯୋଗ ପାଇଥିଲେ । ଯାହାକୁ ନେଇ ସ୍ୱାଭିମାନ ଅଞ୍ଚଳରେ ଲୋକେ ବେସ ଖୁସି ବ୍ୟକ୍ତ କରିଥିଲେ । ତେବେ ସୋମବାର ମତଦାନ କେନ୍ଦ୍ରରେ ମତଦାତା ମାନେ ସକାଳୁ ମତଦାନ ପାଇଁ ଯାଇଥିବା ବେଳେ କିଛି ମତଦାନ କେନ୍ଦ୍ରରେ ଇଭିଏମରେ ଯାନ୍ତ୍ରିକ ତ୍ରୁଟି ଦେଖିବାକୁ ମିଳିଥିଲା । ଏହାର ତ୍ୱରିତ ସମାଧାନ ଉପରେ ପ୍ରଶାସନିକ ଅଧିକାରୀ ମାନେ ପଦକ୍ଷେପ ନେଇ ସମାଧାନ କରିଥିଲେ  । ସୋମବାର ସନ୍ଧ୍ୟା ୭ଟା ସୁଦ୍ଧା ଜିଲ୍ଲାରେ ମୋଟ ୬୫.୮୮ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି । 
 ଜିଲ୍ଲାରେ ଭୀଷଣ ଗ୍ରୀଷ୍ମ ପ୍ରଭାହ ସତ୍ତ୍ୱେ ଲୋକେ ଘରୁ ବାହାରି ମତଦାନ ପାଇଁ ଆଗକୁ ଆସିବା ଗଣତନ୍ତ୍ର ପାଇଁ ଶୁଭଙ୍କର ବୋଲି ବୁଦ୍ଧିଜୀବୀମାନେ ପ୍ରକାଶ କରିଥିଲେ । ମତଦାତାଙ୍କ ସଂଖ୍ୟା ଢେର ଅଧିକ ଥିବାରୁ ମତଦାନ ସମୟ ଶେଷ ହୋଇଥିବା ସତ୍ତ୍ୱେ ମଧ୍ୟ ଶହ ଶହ ସଂଖ୍ୟାରେ ମତଦାତା ମତଦାନ କେନ୍ଦ୍ର ପରିସରରେ ଧାଡିବାନ୍ଧି ଛିଡା ହୋଇଥିବା ଦେଖିବାକୁ ମିଳିଥିଲା । ତେବେ ବିଶେଷ କରି ବୃଦ୍ଧା ଓ ବୟସ୍କ ଭୋଟର ମାନେ ମଧ୍ୟ ଧାଡିରେ ଛିଡା ହୋଇ ମତଦାନ କରିବା ଓ ଦିବ୍ୟାଙ୍ଗମାନେ ମଧ୍ୟ ମତଦାନ କେନ୍ଦ୍ରକୁ ଯାଇ ନିଜର ଅଧିକାର ସାବ୍ୟସ୍ତ କରିବା ସହ ଖୁସି ବ୍ୟକ୍ତ କରିଥିଲେ ।
ତେବେ ସମସ୍ତଙ୍କ ପରି ମାଲକାନଗିରି ଜିଲ୍ଲାପାଳ ସଚିନ ପାୱାର ଓ ଏସପି ନିତେଶ ୱାଧୱାନି ମଧ୍ୟ ଲୋକଙ୍କ ସହ ମିଶି ଲମ୍ବା ଧାଡିରେ ରହି ମତଦାନ କରିଥିଲେ । ଯାହାକି ଅନ୍ୟ ମାନଙ୍କ ମଧ୍ୟରେ ପ୍ରଶାସନିକ ଅଧିକାରୀଙ୍କ ପ୍ରତି ସମ୍ମାନ ବୃଦ୍ଧି କରିଥିଲା  । ଉଭୟ ଅଧିକାରୀ ·ହିଁଥିଲେ ସ୍ୱତନ୍ତ୍ର ରୂପେ ଖୁବ କମ ସମୟ ମଧ୍ୟରେ ମତଦାନ କରି ପାରିଥାନ୍ତେ କିନ୍ତୁ ସେମାନେ ସାଧାରଣ ଲୋକଙ୍କ ପାରି ହିଁ ଧାଡିରେ ରହି ଭୋଟ ଦେଇ ନିଆରା ଉଦାହରଣ ସୃଷ୍ଟି କରିଥିଲେ । କହିବାକୁ ଗଲେ ମତଦାନ ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ ହୋଇଥିଲା ।
ମତଦାନ ବଢାଇବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଥିବା ବେଳେ ଯୁବପିଢି ଓ ମହିଳାଙ୍କୁ ଆକୃଷ୍ଠ କରିବା ପାଇଁ ମାଲକାନଗିରି ଜିଲ୍ଲାରେ ୩୦ଟି ଶଖି ବୁଥ ଓ ୧୦ଟି ୟଙ୍ଗ ବୁଥ କରଯାଇଥିଲା  । ଶଖି ବୁଥରେ କେବଳ ମହିଳା କର୍ମ·ରୀମାନଙ୍କୁ ନିୟୋଜିତ କରାଯାଇଥିବା ବେଳେ ଏହା ମହିଳାଙ୍କୁ ଅଧିକ ଆକୃଷ୍ଠ କରିଥିବା ଦେଖିବାକୁ ମିଳିଥିଲା । ସେହିପରି ୟଙ୍ଗ ବୁଥରେ ୩୦ ବର୍ଷରୁ କମ ବୟସ୍କ ତଥା ଯୁବା କର୍ମ·ରୀଙ୍କୁ ନିୟୋଜିତ କରାଯାଇଥିବା ବେଳେ ଏହା ଯୁବ ପିଢିର ଭୋଟରଙ୍କୁ ବେସ ଆକୃଷ୍ଠ କରିପାରିଥିଲା ।