ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ଜୋରଦାର ଚାଲିଛି ଅଭ୍ୟାସ
ଜାନୁଆରୀ ୩ରୁ ଆରମ୍ଭ ହେବ ବରଗଡର ପ୍ରସିଦ୍ଧ ଧନୁଯାତ୍ରା । ଏଥିପାଇଁ ଏବେଠୁ ଚଳଚଞ୍ଚଳ ହୋଇ ଉଠିଲାଣି ବରଗଡ଼ ସହର । ବିଶ୍ବର ସବୁଠୁ ବଡ଼ ଖୋଲା ରଙ୍ଗମଞ୍ଚରେ ଅଭିନୟ କରିବାକୁ ଚାଲିଛି ଅଭ୍ୟାସ । ୧୧ ଦିନ ଧରି ଯାତ୍ରା ଆୟୋଜନ ହେବାକୁ ଥିବା ବେଳେ କଳାକାର ମାନେ ନିଜକୁ ପ୍ରସ୍ତୁତ କରିବାରେ ଲାଗିପଡ଼ିଛନ୍ତି । ଯାତ୍ରାର ବିଭିନ୍ନ ଦିବସର ନାଟ୍ୟାଭିନୟକୁ ଅଭ୍ୟାସ କରାଯାଉଛି । ଦେବକୀ, ବାସୁଦେବଙ୍କ ବିବାହ, ଦୈଵବାଣୀ, କଂସଙ୍କ ସିଂହାସନ ଆରୋହଣ ଭଳି ବିଭିନ୍ନ ଦୃଶ୍ୟର ଅଭିନୟ ପାଇଁ କଳାକାରଙ୍କୁ ଶିକ୍ଷା ଦେଉଛନ୍ତି ନିର୍ଦ୍ଦେଶକ ଅଶୋକ ବେହେରା ।